Categories: ଜାତୀୟ

ଦେଶରେ କରୋନା ଆତଙ୍କ, ୨୪ଘଣ୍ଟା ମଧ୍ୟରେ ୧୨ ,୧୯୩ଟି ନୂଆ ମାମଲା

ନୂଆଦିଲ୍ଲୀ, ୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ଭାରତରେ କରୋନାର ନୂଆ ମାମଲାଗୁଡ଼ିକର ଗ୍ରାଫ ଦିନକୁ ଦିନ ବଦଳୁଛି। ସଂକ୍ରମଣ ଦିନେ କମିଲେ ଦିନେ ବଢିବାରେ ଲାଗିଛି। ତେବେ ଶୁକ୍ରବାର ଦିନ କରୋନା ମାମଲା ୭ପ୍ରତିଶତ କମ୍‌ ରେକର୍ଡ କରାଯାଇଥିଲା। ଶନିବାର ଦେଶରେ ଦୈନିକ ସଂକ୍ରମଣ ମାମଲା ପୁଣି ବଢିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଶନିବାର ୧୨ହଜାର ୧୯୩ଟି ନୂଆ ମାମଲା ରେକର୍ଡ ହୋଇଛି। ଗୋଟିଏ ଦିନ ତଳେ ଏହା ୧୧ହଜାର ୬୯୨ ଥିଲା।
ଏଥି ସହିତି ସକ୍ରିୟ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନାର ସକ୍ରିୟ ମାମଲା ୬୭ହଜାର ୫୫୬ରେ ପହଞ୍ଚିଛି। ସେହିପରି ଗତ ୨୪ଘଣ୍ଟାରେ ୪୨ଜଣଙ୍କର ମୃତ୍ୟୁ ହୋଇଛି।

ସଂକ୍ରମଣ ଆରମ୍ଭଠାରୁ ଇତି ମଧ୍ୟରେ ମୋଟ ୪କୋଟି ୪୮ଲକ୍ଷ ୮୧ହଜାର ୮୭୭ କରୋନା ମାମଲା ରେକର୍ଡ କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୫ଲକ୍ଷ ୩୧ହଜାର ୧୪୧ ବୃଦ୍ଧି ପାଇଛି। ତେବେ ଦେଶରେ କେରଳକୁ କରୋନା ଅଧିକ ପ୍ରଭାବିତ କରୁଛି। କେରଳରେ ୧୦ଜଣଙ୍କର ମୃତ୍ୟୁ କରୋନାରେ ହୋଇଛି।

Share