ରାଜଧାନୀରେ କମୁଛି କରୋନା ମାମଲା

ନୂଆଦିଲ୍ଲୀ,୧୬।୫: ରାଜଧାନୀ ଦିଲ୍ଲୀରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଗତ କିଛି ଦିନରୁ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୭୭ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାଜନିତ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୯୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୋମବାର ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇଥିବାରୁ ସଂକ୍ରମଣ ହାର ମଧ୍ୟ ୩.୩୭ ପ୍ରତିଶତ ହୋଇଥିବା ବେଳେ କଣ୍ଟେନମେଣ୍ଟ ଜୋନ ୧୪୮୬ ତଳକୁ ଖସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୧୯୮ କରୋନା ଟେଷ୍ଟ କରାଯାଇଛି। ବର୍ତ୍ତମାନ ଦିଲ୍ଲୀରେ ମୋଟ ୩୨୨୮ ସକ୍ରିୟ ମାମଲା ରହିଛି। ରବିବାର ଅପେକ୍ଷା ସୋମବାର କରୋନା ମାମଲା ହ୍ରାସ ପାଇଛି।

Share