ନୂଆଦିଲ୍ଲୀ,୨୮।୯: ଦେଶର ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍)ଙ୍କ ନାଁ ବୁଧବାର ଘୋଷଣା କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନଙ୍କୁ ଆଗାମୀ ସିିଡିଏସ୍ ପଦରେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ସିଡିଏସ୍ ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ। ଜେନେରାଲ ବିପିନ ସିଂଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡିଥିଲା। ଦୀର୍ଘ ୯ ମାସ ପରେ ସରକାର ସେବାନିବୃତ ଅନିଲ ଚୌହାନଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି। ୧୯୬୧ରେ ଜନ୍ମିତ ଅନିଲ ଗତବର୍ଷ ଅବସର ନେଇଥିଲେ। ସେ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଥିଲେ।