ଭାରତୀୟ ରେଳରେ ଯୋଡି ହେଲା ନୂଆ ଅଧ୍ୟାୟ : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭।୮(ଅଭିଜିତ ଦାସ): ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ଦେଶର ୧୩୦୯ ରେଳ ଷ୍ଟେଶନ ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ଷ୍ଟେଶନର ରୂପାନ୍ତରଣ ହେବ। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂରେ ଏକକାଳୀନ ସମସ୍ତ ଷ୍ଟେଶନର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରେଳ ଇତିହାସରେ ନୂଆ ଅଧ୍ୟାୟ ଯୋଡି ହୋଇଛି। ଅମୃତକାଳ ଆରମ୍ଭରେ ଏହି ଐତିହାସିକ କାର୍ଯ୍ୟ ପାଇଁ ରେଳ ମନ୍ତ୍ରଣାଳୟକୁ ପ୍ରଶଂସା କରୁଛି ଏବଂ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ଷ୍ଟେଶନର ପୁନର୍ବିକାଶ କରାଯିବ। ଏସବୁ ଷ୍ଟେଶନରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀଙ୍କ ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ। ଭାରତ କେବଳ ୯ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ସ୍ବିଡେନ, ବ୍ରିଟେନ ଭଳି ଦେଶର ରେଳ ନେଟ୍‌ୱାର୍କ ଭଳି ଟ୍ରାକ ନିର୍ମାଣ କରିଛି। ଚଳିତ ବର୍ଷ ରେଲ୍‌ଓ୍ବେକୁ ୨.୫ ଲକ୍ଷ କୋଟିରୁ ଅଧିକ ବଜେଟ ଦିଆଯାଇଛି, ଯାହାକି ୨୦୧୪ ମସିହା ତୁଳନାରେ ପାଞ୍ଚ ଗୁଣା ଅଧିକ ରହିଛି। ସେହିପରି ୧୦ ହଜାରରୁ ଊର୍ଦ୍ଧ୍ୱ ରେଳ ଓଭରବ୍ରିଜ୍‌ ନିର୍ମାଣ କରାଯାଇଥିବାବେଳେ ଏହି ସମୟ ମଧ୍ୟରେ ଟ୍ରେନ୍‌ରେ ବାୟୋ ଟଏଲେଟ୍‌ ୨୮ ଗୁଣା ବୃଦ୍ଧି ପାଇଛି। ଆଗକୁ ଅନେକ ରେଳ ଷ୍ଟେଶନରେ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ୨୦୩୦ ସୁଦ୍ଧା ଦେଶରେ ଭାରତୀୟ ରେଳ ନେଟ୍‌ଓ୍ବର୍କ ବିଶ୍ୱରେ ଏକ ନମ୍ବରରେ ସ୍ଥାନ ପାଇବ।
ସେହିପରି ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ବିରୋଧୀଙ୍କ କାମ ହେଲା କେବଳ ବିରୋଧ କରିବା। ଭଲ କାମରେ ବି ସେମାନେ ବିରୋଧ କରନ୍ତି। ବିରୋଧୀ ନୂଆ ସଂସଦ ନିର୍ମାଣରେ ବିରୋଧ କରିଥିଲେ। ଏପରି କି ଦୀର୍ଘବର୍ଷ ଶାସନରେ ଶହୀଦଙ୍କ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରି ନ ଥିଲେ। କିନ୍ତୁ ଭାଜପା ସରକାର ଗତ ୯ ବର୍ଷ ଧରି ବିନା ରାଜନୀତିରେ ଲୋକଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି ବୋଲି ମୋଦି କହିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ, ସମସ୍ତ ଷ୍ଟେଶନର ମାଷ୍ଟର ପ୍ଲାନିଂ ହୋଇସାରିଥିବାବେଳେ ପୁନର୍ବିକାଶ କାର୍ଯ୍ୟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଏପଟେ ଓଡ଼ିଶାରେ ମଧ୍ୟ ବିଭିନ୍ନ ରେଳ ଷ୍ଟେଶନରେ ସ୍ବତନ୍ତ୍ର ଶିଳାନ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମ୍ବଲପୁରର ହୀରାକୁଦ୍‌ ରେଳ ଷ୍ଟେଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ, ବିମାନବନ୍ଦର ଭଳି ଦେଶରେ ରେଳ ଷ୍ଟେଶନକୁ ଅତ୍ୟାଧୁନିକ ଷ୍ଟେଶନରେ ପରିଣତ କରିବା ପୂର୍ବରୁ କେବେ କଳ୍ପନା କରାଯାଇପାରି ନ ଥିଲା। ଏହା କେବଳ ମୋଦିଜୀ ହିଁ ଚିନ୍ତା କରିପାରନ୍ତି। ଆଜି ମୋଦି ସରକାରରେ ନୂଆ ରେଳ ଚଳାଚଳ, ରେଳ ଲାଇନ୍‌ ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଅତ୍ୟାଧୁନିକ ରେଳ ଷ୍ଟେଶନ କରିବାର କଳ୍ପନାକୁ ବାସ୍ତବରେ ସାକାର କରାଯାଇଛି। ସେହିପରି ପୂର୍ବତଟ ରେଳପଥ ପକ୍ଷରୁ ୩ଟି ଷ୍ଟେଶନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥିଲା। ଖୋର୍ଦ୍ଧା ଷ୍ଟେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସମେତ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇଥିଲେ। ସେହିପରି ଲିଙ୍ଗରାଜ ଷ୍ଟେଶନରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।
ସୂଚନଯୋଗ୍ୟ, ୫୦୮ ଷ୍ଟେଶନର ପୁନର୍ବିକାଶ ପାଇଁ ବିଭାଗ ପକ୍ଷରୁ ୨୫ ହଜାର କୋଟି ବ୍ୟୟ ଅଟକଳ ରଖାଯାଇଛି। ତେବେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ପୂର୍ବତଟ ରେଳପଥର ୫୭ ରେଳ ଷ୍ଟେଶନ ମଧ୍ୟରୁ ଏବେ ଓଡ଼ିଶାର ୨୫ ଷ୍ଟେଶନର ନବୀକରଣ କରାଯିବ। ଏଥିପାଇଁ ମୋଟ ୫୩୧.୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାର ୨୫ଟି ଷ୍ଟେଶନ ମଧ୍ୟରେ ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୋଳ, ମେରାମଣ୍ଡଳି , ବାଲୁଗାଁ, ଲିଙ୍ଗରାଜ ଷ୍ଟେଶନ ରୋଡ୍‌, ତାଳଚେର ରୋଡ୍‌, ଖୋର୍ଦ୍ଧା ରୋଡ୍‌, କଣ୍ଟାବାଞ୍ଜି, ବରଗଡ ରୋଡ୍‌, ହୀରାକୁଦ, ରେଢାଖୋଲ, ବରପାଲି , ମୁନିଗୁଡା , ବଲାଙ୍ଗୀର , ହରିଶଙ୍କର ରୋଡ୍‌, ଭବାନୀପାଟଣା, ଖରିଆର୍‌ ରୋଡ୍‌ , ଦାମନଯୋଡି, ବଡବିଲ , ରାଜଗାଙ୍ଗପୁର , ବାରିପଦା ଓ ଜଳେଶ୍ୱର ଷ୍ଟେଶନକୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ: ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର, ୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ,...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri