ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ଗେମିଂ ଆପ ଦ୍ୱାରା ଛୋଟ ପିଲାଙ୍କୁ କରୁଛି ଟାର୍ଗେଟ…

ବେଜିଂ,୩୦।୧୨ : ଚାଇନା କମ୍ପାନୀଗୁଡିକ ଉପରେ ଭାରତ ସରକାର କଡ଼ା ନଜର ରଖିଛନ୍ତି। ଏହି କାରଣରୁ ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ତଥାପି କିଛି ଆପ ଅଛି ଯାହା ଭାରତରେ ବହୁତ ସକ୍ରିୟ ରହିଛି। ଚଇନାର ଏକ ଆପ ‘ବେବିବସ’ ମଧ୍ୟ ଅଛି। ବର୍ତ୍ତମାନ ବିଶେଷଜ୍ଞମାନେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଏହି ଆପ ଭାରତୀୟଙ୍କ ଡାଟା ରଖିଥାଏ। ଯାହାକି ପୂର୍ବରୁ ୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଡିଜିଟାଲ ବିଷୟବସ୍ତୁ ଯୋଗାଉଛି। ଏହି କମ୍ପାନୀର ୨୦୦ ରୁ ଅଧିକ ଗେମିଂ ଆପ ଅଛି।
ଇଣ୍ଟେଲିଜେନ୍ସ ଫାର୍ମ ସେନସର ଟାୱାରର ରିପୋର୍ଟ ପ୍ରକାଶ ପାଇଛି, ‘ବେବିବସ’ର ଗେମିଂ ଆପ ଭାରତ ଏବଂ ଇଣ୍ଡୋନେସିଆରେ ବହୁତ ଲୋକପ୍ରିୟ। ୨୦୨୩ ର ତୃତୀୟ ତ୍ରୟମାସରେ ଏହି ଆପଗୁଡିକର ଗେମିଂ ଆପ ଡାଉନଲୋଡର ୬୦ ପ୍ରତିଶତ ଶେୟାର ହାସଳ କରିଛି। ଅପାପକ୍ଷରେ, ଗୋପନୀୟତା ଅନୁସନ୍ଧାନ ସଂସ୍ଥା ଇନକୋନି କହିଛି ପିଲାମାନଙ୍କୁ ଟାର୍ଗେଟ କରୁଥିବା ଶ୍ରେଷ୍ଠ ୧୧ ଡାଟା ହଙ୍ଗ୍ରି ଆପ ମଧ୍ୟରୁ ୩ଟି ବେବିବସର ରହିଛି। ଏହି କମ୍ପାନୀର ଶୀର୍ଷ ଆପ୍‌ ଗୁଡ଼ିକ ହେଉଛି ବେବି ପାଣ୍ଡା ୱାଲର୍‌ଡ: କିଡ୍ସ ଗେମ୍ସ ୧୦୦ ମିଲିୟନରୁ ଅଧିକ ଡାଉନଲୋଡ, ବେବିବସ କିଡ୍ସ: ଭିଡିଓ ଆଣ୍ଡ ଗେମ ୱାଲର୍‌ଡ ୧୦ ମିଲିୟନରୁ ଅଧିକ ଡାଉନଲୋଡ ଏବଂ ବେବି ପାଣ୍ଡା କିଡ୍ସ ପ୍ଲେ ୧୦ ମିଲିୟନ ଡାଉନଲୋଡ ହୋଇଛି। ଏହି ସମସ୍ତ ଆପ ଭାରତର ଗୁଗୁଲ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ।

ଇନକୋନିଙ୍କ ମୁଖପାତ୍ର କହିଛନ୍ତି ଭାରତର ପିଲାମାନଙ୍କ ପାଇଁ ଶ୍ରେଷ୍ଠ ୧୦ଟି ଆପ ମଧ୍ୟରେ କେବଳ ଚାରିଟି ବେବି ଆପ ଅଛି। ଯେଉଁଥିରେ ଲିଟିଲ ପାଣ୍ଡା ଅନ୍ତର୍ଭୁକ୍ତ: ପ୍ରାଇସେସ ମେକଅପରେ ଚତୁର୍ଥ ସ୍ଥାନ, ଲିଟିଲ ପାଣ୍ଡାର ଆଇସ୍କ୍ରିମ ଗେମ ପଞ୍ଚମ ସ୍ଥାନ, ଲିଟିଲ ପାଣ୍ଡା: ସୁଇଟ ବେକେରୀ ସପ୍ତମ ସ୍ଥାନ ଏବଂ ବେବି ପାଣ୍ଡା ସ୍କୁଲ ବସ ନବମ ସ୍ଥାନରେ ରହିଛି। ଇଟି ମଧ୍ୟ ଏହା ଉପରେ ଏକ ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଏହି ଆପଗୁଡ଼ିକ ଡିଭାଇସ ଏବଂ ଅନ୍ୟାନ୍ୟ ଆଇଡି, ଆପ ସୂଚନା ଏବଂ କାର୍ଯ୍ୟଦକ୍ଷତା, ଆପ ପାରସ୍ପରିକ କ୍ରିୟା ଏବଂ ସଂସ୍ଥାପିତ ଆପ, ଆର୍ଥିକ ସୂଚନା, କ୍ରୟ ଇତିହାସ ସହିତ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିଥାଏ।

Share