Categories: ଜାତୀୟ

ଶପଥ ନେଲେ ନୂଆ ସିଆଇସି

ନୂଆଦିଲ୍ଲୀ,୮।୧୧: ନୂଆ ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ୟଶ୍‌ବର୍ଦ୍ଧନ ସିହ୍ନା ଶନିବାର ଶପଥଗ୍ରହଣ କରିଛନ୍ତି। ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଥିଲେ। ଆଗାମୀ ୩ ବର୍ଷ ଲାଗି ସିହ୍ନା ସୂଚନା କମିଶନର ଭାବେ କାର୍ଯ୍ୟ କରିବେ। ବିମଲ ଜୁଲ୍‌କାଙ୍କ ଅବସର ( ଅଗଷ୍ଟ ୨୬) ପରଠାରୁ ଏହି ପଦ ଖାଲି ପଡ଼ିଥିଲା। ଅନ୍ୟ ୩ ନୂଆ ସୂଚନା କମିଶନରଙ୍କୁ ପରେ ସିହ୍ନା ଶପଥପାଠ କରାଇବେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ପ୍ୟାନେଲ ସିହ୍ନାଙ୍କ ନାମରେ ମୋହର ମାରିଥିଲେ। ଏଥିସହ ପୂର୍ବତନ ଶ୍ରମ ସଚିବ ହୀରାଲାଲ୍‌ ସମରିୟା, ପୂର୍ବତନ ଡେପୁଟି କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ସରୋଜ ପୁନ୍‌ହାନି ଓ ଖବରଦତା ଉଦୟ ମହୁର୍‌କର ଏହି ପ୍ୟାନେଲ ବାଛିଥିଲେ। ଏହି ୩ ଜଣଙ୍କୁ ସିଆଇସି ସିହ୍ନା ନୂଆ ସୂଚନା କମିଶନର ଭାବେ ଶପଥପାଠ କରାଇବେ। ଏଥିସହ ଆୟୋଗରେ ସୂଚନା କମିଶନରଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇବ। କମିଶନର ସ୍ଥାୟୀ ସଦସ୍ୟ ଭାବେ ବନଜା ଏନ୍‌. ସର୍ନା, ନୀରଜ୍‌ କୁମାର ଗୁପ୍ତା, ସୁରେଶ ଚନ୍ଦ୍ର ଓ ଅମିତା ପାଣ୍ଡବ କାର୍ଯ୍ୟ କରୁଛନ୍ତି।

Share