ଚାନ୍ଦି ଭଣ୍ଡାରର ନୂତନ କଲେକ୍ସନ

ଭୁବନେଶ୍ୱର,୨୬।୯: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ତଥା ସିଲ୍‌ଭର ଚେନ୍‌ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପ୍ରସ୍ତୁତି (ଦୁର୍ଗାପୂଜା ସେଲିବ୍ରେଶନ) ସମ୍ପର୍କରେ ଘୋଷଣା କରାଯାଇଛି। ଅପରପକ୍ଷରେ ଆକର୍ଷଣୀୟ ଡିଜାଇନ ଓ ସୂକ୍ଷ୍ମ କାରିଗରିରେ ନିର୍ମିତ ବ୍ରାଣ୍ଡ୍‌ର ନୂତନ କଲେକ୍ସନ ‘ଆର୍ଯ୍ୟ ଓ ଅମେଘା’ର ଆନୁଷ୍ଠାନିକ ଅନାବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାର ପକ୍ଷରୁ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ବ୍ରାଣ୍ଡ୍‌ର ଶହୀଦ ନଗର ଷ୍ଟୋର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସଙ୍କ ସମେତ ବିଏ ମାଣିକ ହଂସ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ପୂଜା ସେଲିବ୍ରେଶନ ପାଇଁ ଚାନ୍ଦି ଭଣ୍ଡାର ସ୍ବତନ୍ତ୍ର ଅଫର ଘୋଷଣା କରିଛି। ଏପରିକି ଗ୍ରାହକମାନେ ଗଢ଼ା ମଜୁରିରେ ଫ୍ଲାଟ୍‌ ୩୦% ରିହାତି ପାଇବେ। ଏଥିସହ ଆକର୍ଷଣୀୟ ମୂଲ୍ୟରେ ମନ ପସନ୍ଦର ରୁପା ଗହଣା କିଣିବାର ସୁଯୋଗ ମଧ୍ୟ ପାଇବେ। ଏହି ଅଫର ୨୦୨୪ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ପର୍ଯ୍ୟନ୍ତ ବୈଧ ରହିଛି। ଏହି ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାରର ବ୍ରାଣ୍ଡ୍‌ ଆମ୍ବାସାଡର ଶିବାନୀ ସଙ୍ଗୀତାଙ୍କୁ ନେଇ ଏକ ସ୍ବତନ୍ତ୍ର ଦୁର୍ଗାପୂଜା ବିଜ୍ଞାପନ କ୍ୟାମ୍ପେନିଂର ଶୁଭାରମ୍ଭ କରାଯାଇଛି। ଚଳିତ ବର୍ଷର ପୂଜାଋତୁରେ କିପରି ଉପହାର ବିନିମୟ କରାଯାଇଥାଏ ଏବଂ ପ୍ରତ୍ୟେକ ସେଲିବ୍ରେଶନକୁ ସ୍ବତନ୍ତ୍ର କରିବାରେ କିପରି ଷ୍ଟାଇଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତାହାକୁ ଏହି ବିଜ୍ଞାପନ ଜରିଆରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଥିଲେ, ଆମର ଏହି କଲେକ୍ସନ ଓ କ୍ୟାମ୍ପେନିଂ ସହ ଆମେ ଉକ୍ତ ଆନନ୍ଦ ଏବଂ ଉତ୍ସାହକୁ ଦର୍ଶାଇବାକୁ ଲକ୍ଷ୍ୟ ରଖିଛୁ, ଯାହାକି ଚାନ୍ଦି ଭଣ୍ଡାରର ସିଲ୍‌ଭର କଲେକ୍ସନଗୁଡ଼ିକ ଦୁର୍ଗାପୂଜାରେ ପ୍ରତି ଘରେ ପ୍ରସାରିତ କରିଥାନ୍ତି ଏବଂ ପ୍ରତ୍ୟେକ ଅବସରକୁ ଅର୍ଥପୂର୍ଣ୍ଣ କରିଥାନ୍ତି। ଉତ୍ସବର ପ୍ରକୃତ ଜୋସ୍‌କୁ ପ୍ରତିପାଦନକରି ଆମେ ଆମର ଉପସ୍ଥିତିକୁ ବଢ଼ାଉଛୁ।
ସେହିଭଳି ୨୦୨୪ ଅକ୍ଟୋବର ୧ରେ ବାରିପଦା ଏବଂ ଭଦ୍ରକରେ ଆମର ୨ଟି ନୂଆ ଷ୍ଟୋର ଖୋଲିବ ବୋଲି ହଂସ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା କାର୍ଯ୍ୟ ପରିସରରେ ୩୦% ମହିଳା କର୍ମଚାରୀ

ଭୁବନେଶ୍ୱର,୨୬।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବହୁ ପ୍ରତୀକ୍ଷିତ...

ସମ୍ବଲପୁରରେ ମାଲାବାରର ନୂତନ ଷ୍ଟୋର

ଭୁବନେଶ୍ୱର,୨୬।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂତନ ଷ୍ଟୋର ସମ୍ବଲପୁର (ଓଡ଼ିଶା)...

ସର୍ବୋଚ୍ଚ ସ୍ତରରେ ଶେୟାର ବଜାର କାରବାର

ମୁମ୍ବାଇ,୨୬।୯: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍‌ ମାକେର୍ଟ ପ୍ରଥମ ଥର ପାଇଁ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି...

୩୧ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର: ୨୪,୧୬୨ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୪।୯: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ( ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି) ବୈଠକ ଆଜି...

ଚର୍ଚ୍ଚା ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଲା JSW, ଓଡ଼ିଶାରୁ ଓହରି ନାହିଁ କମ୍ପାନୀ

ଭୁବନେଶ୍ୱର,୨୪।୯: ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର...

ନୂତନ ସଦସ୍ୟତାରେ ଇପିଏଫ୍‌ଓର ରେକର୍ଡ

ଭୁବନେଶ୍ୱର,୨୪।୯ (ଅନୁରାଧା ମହାରଣା): କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ସୋମବାର ଜୁଲାଇ ୨୦୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥାନ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୯: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ଜୟଆଲୁକ୍କାସ ଚେନ୍‌ ଫେଷ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୯: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ‘ଚେନ୍‌ ଫେଷ୍ଟ’ (ଜୟଆଲୁକ୍କାସ ଚେନ ଫେଷ୍ଟ) ନିକଟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri