ଭୁବନେଶ୍ୱର,୧୦।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ଭାଲେଣ୍ଟାଇନ୍ ଡେ ଜୁଏଲେରି କଲେକ୍ସନ’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ ଡେର ପ୍ରକୃତ ଭାବନାକୁ ସାଥୀଙ୍କ ସହ ପାଳନ କରିବା ପାଇଁ ଏହି ସ୍ବତନ୍ତ୍ର କଲେକ୍ସନର ଡିଜାଇନ ପ୍ରସ୍ତୁତ କରାଯାଇଛି। ବିଶେଷକରି ୧୪ କ୍ୟାରେଟ୍ ହଳଦିଆ ସୁନା (ୟେଲୋ ଗୋଲ୍ଡ), ଗୋଲାପୀ ସୁନା (ରୋଜ୍ ଗୋଲ୍ଡ) ଏବଂ ହୀରା (ଡାଇମଣ୍ଡ) ଆଦିରେ ନିର୍ମିତ ତଥା ଆକର୍ଷଣୀୟ ଡିଜାଇନର ମୁଦି, କପଲ ବ୍ୟାଣ୍ଡ ଓ ପେଡାଣ୍ଟର ଏକ ସ୍ବତନ୍ତ୍ର କଲେକ୍ସନକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ କଲେକ୍ସନ ଦମ୍ପତିଙ୍କ ମଧ୍ୟରେ ପ୍ରେମର ଭାବନାକୁ ନିରନ୍ତର ସ୍ମରଣ କରାଇଥାଏ। ଉକ୍ତ କଳେକ୍ସନରେ ରିଲାଏନ୍ସ ଜୁଏଲ୍ସ ଭିନ୍ନ ଭିନ୍ନ ଡିଜାଇନ୍ ତଥା ଦୈନନ୍ଦିନ ପରିପାଟି (ଲୁକ)କୁ ଉକ୍ତ ଡିଜାଇନ ବେଶ ଉନ୍ନତ କରିବା ପାଇଁ ଏହି ଡିଜାଇନ ଷ୍ଟାଇଲ ଓ ଆରାମକୁ ପ୍ରତିଫଳିତ କରିଥାଏ। ସେହିଭଳି ମହିଳାମାନଙ୍କ ଯାତ୍ରାପଥରେ ଉଜ୍ଜ୍ୱଳତା ଓ ସୌନ୍ଦର୍ଯ୍ୟର ଭାବନାକୁ ଗ୍ରହଣ କରିବା ପାଇଁ ଉକ୍ତ କଲେକ୍ସନକୁ ଅତ୍ୟନ୍ତ ଯତ୍ନର ସହ ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ବିଭିନ୍ନ ବର୍ଗର ମହିଳାଙ୍କ କଠିନ ପରିଶ୍ରମକୁ ଉକ୍ତ ସଂଗ୍ରହ ମାଧ୍ୟମରେ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ସାହସିକଠାରୁ ଆରମ୍ଭକରି ଅତ୍ୟାଧୁନିକ ଏବଂ ଜଟିଳ ଭାବେ ଡିଜାଇନ୍ କରାଯାଇଥିବା ପିସ୍ ଗୁଡ଼ିକକୁ ମଧ୍ୟ ମହିଳାମାନେ ସେମାନଙ୍କ ସାଥୀଙ୍କ ପାଇଁ ଶକ୍ତିଶାଳୀ ହେବାର ଏକ ନୂତନ ଦୃଷ୍ଟିକୋଣ ସହିତ ସମ୍ପର୍କର ଦୃଢ଼ତାକୁ ପ୍ରତିଫଳିତ କରିଥାଏ। ସେହିପରି ରିଲାଏନ୍ସ ଜୁଏଲ୍ସର ନୂତନ କ୍ୟାମ୍ପେନିଂ ମାଇଁ ଷ୍ଟ୍ରଙ୍ଗର ହାଫ୍ ସହିତ ଏହି ସଂଗ୍ରହ ସଂଯୁକ୍ତ ରହିଛି, ଯେଉଁଠାରେ ଜୀବନର ସମସ୍ତ ଉତ୍ଥାନ-ପତନରେ ପୁରୁଷମାନଙ୍କୁ ଉତ୍ସାହିତ ଓ ସମର୍ଥନ କରିବା ସହିତ ମହିଳାମାନେ ଜୀବନର ଯାତ୍ରାକୁ ଉପଭୋଗ କରିପାରିବେ।