Categories: ବାଣିଜ୍ୟ

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୭।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଜୁଏଲେରି ବ୍ରାଣ୍ଡ୍‌ ‘ରିଲାଏନ୍ସ ଜୁଏଲ୍ସ’ର ନୂତନ କଲେକ୍ସନ ସ୍ବତନ୍ତ୍ର ବିବାହମ୍‌ ସଂଗ୍ରହର ଶୁଭାରମ୍ଭ ସହ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏହି କଲେକ୍ସନ (ବିବାହମ୍‌ କଲେକ୍ସନ)ରେ ଅଳଙ୍କାରର ସୂକ୍ଷ୍ମ ପିସ୍‌ଗୁଡିକ ସାମିଲ ରହିଛି, ଯାହା ଦେଶର ଭିନ୍ନ ଭିନ୍ନ ଅଂଶରୁ ବ୍ରାଇଡାଲ ଲୁକ୍‌ ବା ବିବାହ ସୌନ୍ଦର୍ଯ୍ୟର ଗୁଣଗାନ କରୁଛି। ବିଶେଷକରି ସୁନା ଓ ହୀରାରେ ନିର୍ମିତ ଏହି କଲେକ୍ସନ ବଧୂମାନଙ୍କ ପାଇଁ ଡିଜାଇନ କରାଯାଇଥିବାବେଳେ ବିଶାଳ ଭାରତୀୟ ବିବାହର ଚମତ୍କାର ଉତ୍ସାହକୁ ଧାରଣ କରିଛି। ଏଥିରେ ୧୪ଟି ଭିନ୍ନ ଭିନ୍ନ ଲୁକ୍‌ ରହିଛି, ଯାହା ଦିଲ୍ଲୀ, ୟୁପି, ବିହାର, ଓଡ଼ିଶା, ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କର୍ନାଟକ ଭଳି ୯ଟି ବ୍ୟବସାୟିକ ଅଞ୍ଚଳର ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି। ଏହି ଉନ୍ମୋଚନ ସହ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ‘ଦ କ୍ୱିନ୍‌ ଇନ୍‌ ୟୁ’କ୍ୟାମ୍ପେନ୍‌ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହା ଭାରତବ୍ୟାପୀ ବଧୂମାନଙ୍କୁ ସେମାନଙ୍କର ସ୍ବତନ୍ତ୍ର ଦିନରେ କାଳଜୟୀ ସୌନ୍ଦର୍ଯ୍ୟତା ଓ ଅନୁଗ୍ରହକୁ ଧାରଣ କରିଥିବାର ପ୍ରଦର୍ଶିତ କରିଛି। ସେହିପରି ବିବାହମ୍‌ କଲେକ୍ସନରେ ପ୍ରତ୍ୟେକ ଭାରତୀୟ ବଧୂଙ୍କ ବ୍ୟକ୍ତିଗତ ଷ୍ଟାଇଲ ଓ ପସନ୍ଦ ସହ ମେଳ ଖାଇବା ପାଇଁ ନିର୍ମିତ ଅଳଙ୍କାରଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ସାମିଲ ରହିଥିବାବେଳେ ପାରମ୍ପରିକ ବିବାହ ଉତ୍ସବଗୁଡିକର ଆଞ୍ଚଳିକ ପରମ୍ପରା ସମେତ ବିବାହ ପୂର୍ବର କାର୍ଯ୍ୟକ୍ରମ ଓ ନିର୍ବନ୍ଧ ଆଦିର ଆବଶ୍ୟକତା ପୂରଣ କରୁଛି। ଏହି କଲେକ୍ସନରେ ସୁନା ଓ ହୀରା ଅଳଙ୍କାରର ଆକର୍ଷଣୀୟ ଚୋକର ନେକ୍‌ଲେସ, ଲମ୍ବା ନେକ୍‌ଲେସ୍‌, ଚୁଡ଼ି, ମାଙ୍ଗ୍‌ଟିକା, ମୁଦି (ରିଙ୍ଗ୍‌), ମାଥା ପଟ୍ଟି, ଇୟରିଂ ବା କାନଫୁଲ, ଆର୍ମବ୍ୟାଣ୍ଡ ଓ ୱେଷ୍ଟ ବେଲ୍ଟ ଆଦି ସାମିଲ ରହିଛି।

ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, ଏହାର ବିବିଧ ରେଞ୍ଜ ସହିତ ବିବାହମ କଲେକ୍ସନକୁ ଭାରତର ଭିନ୍ନ ଭିନ୍ନ ଅଞ୍ଚଳରେ ଆଧୁନିକ ବଧୂମାନଙ୍କ ସ୍ବତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଦେଶରେ ବିବାହ ଋତୁ ଆରମ୍ଭ ହୋଇଯାଇଥିବାରୁ ଗ୍ରାହକମାନେ ଦେଶବ୍ୟାପୀ ରିଲାଏନ୍ସ ଜୁଏଲ୍‌ସରେ ବିବାହମ୍‌ କଲେକ୍ସନର ଜୀବନ୍ତ ଶୃଙ୍ଖଳାରେ ନିଜକୁ ନିମଜ୍ଜିତ କରିପାରିବେ। ୨୦୦ରୁ ଅଧିକ ସହରରେ ୪୦୦ରୁ ଅଧିକ ଷ୍ଟୋର ସହିତ ଏହି ବ୍ରାଣ୍ଡ୍‌ ଏହାର ସ୍ବତନ୍ତ୍ର ଶୃଙ୍ଖଳାର ଅଳଙ୍କାର ପାଇଁ ସୁବିଧାଜନକ ଉପଲବ୍ଧତା ପ୍ରଦାନ କରୁଛି। ଗ୍ରାହକମାନେ ସୁନା ଅଳଙ୍କାରର ମେକିଂ ଚାର୍ଜ ଓ ହୀରା ଅଳଙ୍କାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହା ବ୍ୟତୀତ ସେମାନେ ପୁରୁଣା ସୁନା ଉପରେ ୧୦୦% ଏକ୍ସଚେଞ୍ଜ ମୂଲ୍ୟ ପାଇପାରିବେ।

Share