Categories: ବାଣିଜ୍ୟ

ରିଲାଏନ୍ସ ଜୁଏଲ୍‌ସର ନୂତନ କଲେକ୍ସନ

ଭୁବନେଶ୍ୱର,୧୦।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍‌ସର ନୂତନ କଲେକ୍ସନ ‘ସ୍ବର୍ଣ୍ଣ ବଙ୍ଗ’ ଜୁଏଲେରି ସମ୍ଭାରକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ‘ସ୍ବର୍ଣ୍ଣ ବଙ୍ଗ’ କଲେକ୍ସନ ବଙ୍ଗଳାର କବିତା ସୌନ୍ଦର୍ଯ୍ୟ ଓ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ହୋଇଛି। ଉକ୍ତ ସମ୍ଭାରରେ ସମ୍ପୃକ୍ତ ଅଞ୍ଚଳର ଟେରାକୋଟା, ମନ୍ଦିର ସୌନ୍ଦର୍ଯ୍ୟ, ଶାନ୍ତିନିକେତନର ସୁନ୍ଦରତା ଓ ଦୁର୍ଗାପୂଜାର ଉତ୍ସବକୁ ବିଶେଷ ଭାବେ ପ୍ରକାଶିତ କରାଯାଇଛି। ରିଲାଏନ୍ସ ଜୁଏଲ୍‌ସ ଦ୍ୱାରା ଭାରତର ବିଭିନ୍ନ ଅଞ୍ଚଳରୁ ପ୍ରେରଣା ନେଇ ଅଳଙ୍କାର କଲେକ୍ସନ ପ୍ରସ୍ତୁତ କରାଯାଇଥାଏ। ସେହିଭଳି ତାରକା ଖଚିତ ସନ୍ଧ୍ୟାରେ ‘ସ୍ବର୍ଣ୍ଣ ବଙ୍ଗ’ କଲେକ୍ସନ ସମ୍ଭାରକୁ ବଲିଉଡ୍‌ ଅଭିନ୍ରେତୀ କରିସ୍ମା କପୁର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହ ଉନ୍ମୋଚନ ଏବଂ ସୋ-ଷ୍ଟପର ଭାବେ ର଼୍ୟାମ୍ପରେ ଉକ୍ତ କଲେକ୍ସନକୁ ପ୍ରଦର୍ଶନ କରିଛନ୍ତି।
ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍‌ସ ସିଇଓ ସୁନୀଲ୍‌ ନାୟକ କହିଛନ୍ତି, ବଙ୍ଗଳାର ପୁରାତନ କଳାତ୍ମକ ଇତିହାସ ରହିଛି ଓ ଏହା ଭାରତର କଳା ଓ କାରିଗରି ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥାଏ। ଏହା ହେଉଛି ଆମ ସିରିଜର ୮ମ କଲେକ୍ସନ, ଯାହାକି ଭାରତର ବିଭିନ୍ନ ଅଞ୍ଚଳ ଦ୍ୱାରା ଅନୁପ୍ରେରିତ ହୋଇଥାଏ ଓ ଆମ ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାର ଏହା ଏକ ପରିଚାୟକ। ସ୍ବର୍ଣ୍ଣ ବଙ୍ଗ କଲେକ୍ସନ ଏହାର ଟାଇମଲେସ୍‌ ଡିଜାଇନ, ଉତ୍କୃଷ୍ଟ କାରିଗରିକୁ ନିଶ୍ଚିତ ଭାବରେ ଗ୍ରାହକମାନେ ପସନ୍ଦ କରିବେ ।
ସେହିପରି ବଲିଉଡ ଅଭିନେତ୍ରୀ କରିସ୍ମା କପୁର କହିଥିଲେ, ମୋ ପାଖରେ ଥିବା ଡାଏମଣ୍ଡ ସୋ-ଷ୍ଟପର ସେଟରେ ବାସ୍ତବିକ କଳାକୃତିର ଉଦାହରଣ ରହିଛି, ଏଥିରେ ପଶ୍ଚିମବଙ୍ଗର କଳାକୃତିକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ସୂଚନାଯୋଗ୍ୟ, ଥାଞ୍ଜାଭୁର କଲେକ୍ସନ (ଥାଞ୍ଜାଭୁର), ମହାଳୟା କଲେକ୍ସନ (ମହାରାଷ୍ଟ୍ର), ରନ୍ନକର କଲେକ୍ସନ (କଚ୍ଛ), କାଶ୍ୟମ କଲେକ୍ସନ (ବନାରସ), ଉତ୍କଳ କଲେକ୍ସନ (ଓଡ଼ିଶା), ଅତୁଲ୍ୟ କଲେକ୍ସନ (ରାଜସ୍ଥାନ), ଅପୁର୍ବମ୍‌ କଲେକ୍ସନ (ହାମ୍ପି) ଏବଂ ସ୍ବର୍ଣ୍ଣ ବଙ୍ଗ କଲେକ୍ସନ (ବଙ୍ଗଳା)ର ଇତିହାସ ସହିତ ସମ୍ପୃକ୍ତ ଅଞ୍ଚଳର କଳାତ୍ମକ ବୈଶିଷ୍ଟ୍ୟକୁ ବର୍ଣ୍ଣନା କରିଥାଏ । ରିଲାଏନ୍ସ ଜୁଏଲ୍‌ସର ୮ମ ଉଲ୍ଲେଖନୀୟ ସିରିଜ୍‌, ଯେଉଁଥିରେ ଭାରତର ବିଭିନ୍ନ ଅଞ୍ଚଳର ପରମ୍ପରା, ସ୍ଥାପତ୍ୟ ଓ କାରିଗରିକୁ ଉକ୍ତ କଲେକ୍ସନରେ ଉପସ୍ଥାପିତ କରାଯାଇଛି।

Share