Categories: ବାଣିଜ୍ୟ

ମିସ୍‌ଡ କଲ୍‌ରେ ନୂତନ ବିଦ୍ୟୁତ୍‌ ସଂଯୋଗ

ଭୁବନେଶ୍ୱର,୨୦।୫: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ଅଭିନବ ସେବା ‘ମିସ୍‌ଡ କଲ୍‌ରେ ନୂତନ ବିଦ୍ୟୁତ୍‌ ସଂଯୋଗ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଦିଆଯାଇଥିବା ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୨୨,୧୯୧୨ରେ କଲ୍‌ କରିପାରିବେ କିମ୍ବା ୮୦୯୩୦୦୯୯୯୦ରେ ମିସ୍‌ଡ କଲ୍‌ ନଚେତ୍‌ ୮୦୯୩୦୦୯୯୯୦କୁ ମେସେଜ୍‌ ପଠାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶେଷକରି ସ୍ବଚ୍ଛତାରେ ଉନ୍ନତି ଆଣିବା ଓ ଗ୍ରାହକଙ୍କ ସୁବିଧାକୁ ନିଶ୍ଚିତ କରିବା ଲାଗି କମ୍ପାନୀ ଏଭଳି ଏକ ସେବାର ଶୁଭାରମ୍ଭ କରିଛି। ଏହାକୁ ହାସଲ କରିବା ଲାଗି ଗ୍ରାହକଙ୍କୁ କେତେକ ସରଳ ପଦ୍ଧତି ଅବଲମ୍ବନ କରିବାକୁ ହେବ। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌.ସେନ୍‌ବାଗମ କହିଛନ୍ତି, ଆମେ ସର୍ବଦା ଗ୍ରାହକଙ୍କ ସୁବିଧାକୁ ଅଗ୍ରାଧିକାର ଦେଉଛି ଏବଂ ସହଜ ସୋପାନକୁ ଅନୁସରଣ କରି ସ୍ବଚ୍ଛତାକୁ ସୁଦୃଢ଼ କରୁଛୁ। ଏପରିକି ଆମ ସହିତ ଯୋଡ଼ି ହେବା ପ୍ରକ୍ରିୟାକୁ ମଧ୍ୟ ଗ୍ରାହକମାନଙ୍କ ନିମନ୍ତେ ସହଜ ଓ ଅଧିକ ସ୍ବଚ୍ଛ କରିବା ଲାଗି ଏଭଳି ଏକ ପ୍ରକ୍ରିୟାକୁ ସରଳ ଭାବେ ପ୍ରସ୍ତୁତ କରାଯାଇଛି। ସେହିଭଳି ଗ୍ରାହକମାନଙ୍କୁ ଶ୍ରେଷ୍ଠ ସମ୍ଭବ ଅନୁଭବ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ଏବଂ ଏହି ନୂଆ ପ୍ରକ୍ରିୟା ମଧ୍ୟସ୍ଥଙ୍କ ଆବଶ୍ୟକତା ଦୂରକରିବ ଓ ଆମ ସହ ସିଧାସଳଖ ଗ୍ରାହକମାନେ ଯୋଡ଼ି ହୋଇପାରିବ ବୋଲି ସେନ୍‌ବାଗମ ମତପ୍ରକାଶ କରିଛନ୍ତି।

Share