ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨ ।୩: ଦେଶରେ ପୁଣିଥରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୨୮୫ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାସହ ୧୧୭ ଲୋକଙ୍କ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ମଧ୍ୟ ହୋଇଛି । ଏବେସୁଦ୍ଧା ଦେଶରେ ଚିକିତ୍ସିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧.୯୭ ଲକ୍ଷରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ମୁତାବକ ସାରା ଦେଶରେ ଏବେ ପର୍ଯ୍ୟନ୍ତ ମୋଟ ୧କୋଟି ୧୩ ଲକ୍ଷ ୮ହଜାର ୮୪୬ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଗୋଟିଏ ପଟେ କରୋନା ମହାମାରୀକୁ ହରାଇବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

Share