Categories: ଜାତୀୟ

କରୋନା ଆକ୍ରାନ୍ତଙ୍କୁ ୭ ଦିନ ଛୁଟି: କଟିବନି ଦରମା

ଲକ୍ଷ୍ନୌ,୧୧।୧: ଉତ୍ତରପ୍ରଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏକ ନୂତନ କରୋନା ଗାଇଡଲାଇନ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା ଗାଇଡଲାଇନ ଅନୁଯାୟୀ ଯଦି କୌଣସି ଘରୋଇ କାର୍ଯ୍ୟାଳୟର କର୍ମଚାରୀ କରୋନା ପଜିଟିଭ ତେବେ ତାଙ୍କୁ ସର୍ବନିମ୍ନ ୭ ଦିନ ବେତନ ପ୍ରଦାନ କରାଯିବ। ଏହାସହ ସେମାନଙ୍କୁ ଦରମା କାଟ କରାଯିବ ନାହିଁ। ଏହା ବ୍ୟତୀତ, ୱାର୍କ ଫର୍ମ ହୋମକୁ ପ୍ରୋତ୍ସାହିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଘରୋଇ ଏବଂ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କ ଦ୍ୱାରା ଚାଲିବ। ମୁଖ୍ୟମନ୍ତ୍ରୀ କହିଛନ୍ତିନ୍ତ୍‌, ଆମେ ଜୀବନ ଏବଂ ଜୀବିକା ରକ୍ଷା କରିବାକୁ ସଂକଳ୍ପବଦ୍ଧ। ସମସ୍ତ କାର୍ଯ୍ୟାଳୟରେ କୋଭିଡ ହେଲ୍ପ ଡେସ୍କ ସ୍ଥାପନ କରିବା ବାଧ୍ୟତାମୂଳକ ଏବଂ ବିନା ଅନୁସନ୍ଧାନରେ କାହାକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ।

Share