ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଦେଶ ଏବଂ ରାଜ୍ୟରେ କରୋନା ସ୍ଥିତି ବଢୁଥିବାରୁ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। କରୋନା ପାଇଁ ନୂଆ ଗାଇଡ୍ଲାଇନ୍ ଆସିବା ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଏହି ବୈଠକ ବସିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଆର୍ଏମ୍ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଉପସ୍ଥିତ ରହିବେ। ବିଭିନ୍ନ ରାଜ୍ୟରେ କରୋନାର ସ୍ଥିତି ଏବଂ ଏହାକୁ କିପରି ମୁକାବିଲା କରାଯାଇପାରିବ ସେନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ରାଜ୍ୟ ସରକାର କରୋନା ପ୍ରତି କଡ଼ା ନଜର ରଖିଛନ୍ତି। ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ ଦେଉଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି। କେହି ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।