ଭୁବନେଶ୍ୱର,୨।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ ସଂଖ୍ୟା ସଂଖ୍ୟା କମିବାରେ ଲାଗିଛି। ବୁଧବାର ରାଜ୍ୟରେ ୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୨୦୪ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ୫୮୩ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ଜିଲାରୁ ୪୧ ଜଣ ଥିବାବେଳେ ବାଲେଶ୍ୱରରୁ ୧୯, ବରଗଡ଼ରୁ ୩୦ , ଭଦ୍ରକରୁ ୨, ବଲାଙ୍ଗୀରର ୁ ୭, ବୌଦ୍ଧରୁ ୩, କଟକରୁ ୩୫ , ଦେବଗଡ଼ରୁ ୩, ଢେଙ୍କାନାଳରୁ ୩ ଓ ଗଞ୍ଜାମରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍ସିଂହପୁରରୁ ୧୯, ଯାଜପୁରରୁ ୭ , ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୧୭, କେନ୍ଦୁଝରରୁ ୧୩, ଖୋର୍ଦ୍ଧାରୁ ୫୧, କୋରାପୁଟରୁ ୧୦, ମାଲକାନଗିରିରୁ ୮, ମୟୂରଭଞ୍ଜରୁ ୩୬ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୬ , ନୟାଗଡ଼ରୁ ୪, ନୂଆପଡ଼ାରୁ ୧୪, ପୁରୀରୁ ୩୧, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୪, ସୁନ୍ଦରଗଡ଼ରୁ ୩୧ ଓ ଷ୍ଟେଟ ପୋଲରୁ ୧୧ ଜଣ ରହିଛନ୍ତି।
ସେହପରି ରାଜ୍ୟରେ ବୁଧବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୫୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୨ ଜଣ ରହିଥିବା ବେଳେ, ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ମୟୂରଭଞ୍ଜରୁ ଜଣ ଲେଖାଏ ରହିଛନ୍ତି।