Advertisement

ନୂଆ ରୂପ ନେଲା କରୋନା: ଏଫୟୁ-୧, ଏଫୟୁ-୨ ମ୍ୟୁଟେଶନ ଚିହ୍ନଟ, ୨୮ ଆକ୍ରାନ୍ତ…

ନୂଆଦିଲ୍ଲୀ,୨୪।୪ : କରୋନା ଭୂତାଣୁ ପୁନର୍ବାର ଏହାର ସ୍ପାଇକ ପ୍ରୋଟିନ ବଦଳାଇବା ଆରମ୍ଭ କରିଛି । ବୈଜ୍ଞାନିକମାନେ ଏବେ ଏହାର ଦୁଇଟି ନୂତନ ପରିବର୍ତ୍ତନ ଚିହ୍ନଟ କରିଛନ୍ତି। ୨୮ କରୋନା ସଂକ୍ରମିତଙ୍କଠାରେ ଏହା ଦେଖିବାକୁ ମିଳିଛି। ଏହି ଦୁଇଟି ମ୍ୟୁଟେଶନକୁ ଏଫୟୁ-୧ ଏବଂ ଏଫୟୁ-୨ ନାମରେ ନାମିତ କରାଯାଇଛି । ଏହି ଦୁଇଟି ପରିବର୍ତ୍ତନ ଏକ୍ସବିବି.୧.୧୬.୧ ଭାରିଆଣ୍ଟରେ ଘଟିଛି । ଗତ ମାର୍ଚ୍ଚରେଏକ୍ସବିବି.୧.୧୬ ଭାରିଆଣ୍ଟରେ ପରିବର୍ତ୍ତନ ପରେ ଏକ୍ସବିବି.୧.୧୬.୧ ଭାରିଆଣ୍ଟ ଆସିଥିଲା । ବର୍ତ୍ତମାନ ଏହାର ଭିତରର ପୁଣି ପରିବର୍ତ୍ତନ ଯୋଗୁୁ ଦୁଇଟି ନୂତନ ଭାରିଆଣ୍ଟ ସାମ୍ନାକୁ ଆସିଛି ।

ବୈଜ୍ଞାନିକମାନଙ୍କ କହିବାନୁସାରେ, ଜେନୋମିକ ଆଧାରରେ ଭୂତାଣୁର ପରିବର୍ତ୍ତନର ଚିହ୍ନଟ କରାଯାଉଛି। ଏପର୍ଯ୍ୟନ୍ତ ଏହା ୨୮ଜଣଙ୍କ ମଧ୍ୟରେ ଏହା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୪ ଜଣ ମହାରାଷ୍ଟ୍ରର। ଏମାନଙ୍କ ବ୍ୟତୀତ ଦିଲ୍ଲୀ ଏବଂ ଗୁଜୁରାଟର ଆକ୍ରାନ୍ତମାନଙ୍କଠାରେ ମଧ୍ୟ ଏହି ପରିବର୍ତ୍ତନଗୁଡିକ ଦେଖିବାକୁ ମିଳିଛି। ନ୍‌

ଜେନୋମ ବିଶେଷଜଜ୍ଞ ଡାକ୍ତର ରାଜ ନାରାୟଣ କହିଛନ୍ତି, ଭାରତ ଏପର୍ଯ୍ୟନ୍ତ ସର୍ବାଧିକ ଏକ୍ସବିବି.୧.୧୬ ଭାରିଆଣ୍ଟର ସମ୍ମୁଖୀନ ହୋଇଛି, କିନ୍ତୁ ଗତ ସପ୍ତାହରେ ତିନି ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଗୁଜରାଟରେ ଅଂଶୀଦାର ହୋଇଥିବା ଜେନୋମ କ୍ରମରେ ଉଭୟ ଏଫୟୁ-୧ ଏବଂ ଏଫୟୁ-୨ ଅନ୍ତର୍ଭୁକ୍ତ ହୋଇଛି। ଏହା ବର୍ତ୍ତମାନ ଆମ ପାଇଁ ନୂଆ, ଏହା ବିଷୟରେ ଅଧିକ ଜଣା ନାହିଁ କିନ୍ତୁ ଏହା ଏକ୍ସବିବି.୧.୧୬.୧ ଭାରିଆଣ୍ଟ ପରିବାର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share