ସାଇପ୍ରସରୁ ‘ଡେଲ୍ଟାକ୍ରନ’ ଭାରିଆଣ୍ଟ

ନିକୋସିଆ,୯।୧: କୋଭିଡ୍‌-୧୯ ଭାଇରସର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ସାଇପ୍ରସରେ। ଏହାର ନାମ ‘ଡେଲ୍ଟାକ୍ରନ’। ଏଥିରେ ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ମିଳିତ ଅଛି। ସାଇପ୍ରସ ବିଶ୍ୱବିଦ୍ୟାଳୟରେ ଜୈବିକ ବିଜ୍ଞାନ ପ୍ରଫେସର ଲେଓଣ୍ଡିଅସ କୋଷ୍ଟ୍ରିକିସ କହିଛନ୍ତି।

“ନୂଆ ଭାରିଆଣ୍ଟ ମଧ୍ୟରେ ଓମିକ୍ରନ ଓ ଡେଲ୍ଟା ଷ୍ଟ୍ରେନ ରହିଥିବା ଜାଣିବାକୁ ପାଇଛୁ ”ବୋଲି କୋଷ୍ଟ୍ରିକିସ ଶୁକ୍ରବାର ସିଗମା ଟିଭି ସହ ସାକ୍ଷାତକାର ବେଳେ କହିଛନ୍ତି। ଏହି ଭାରିଆଣ୍ଟର ନାମ ‘ଡେଲ୍ଟାକ୍ରନ’ ରଖାଯାଇଛି। ଏଥିରେ ଥିବା ଡେଲ୍ଟା ଜେନୋମ ମଧ୍ୟରେ
ଓମିକ୍ରନ ଭଳି ଜେନେଟିକ୍‌ ସିଗନେଚର ଚିହ୍ନଟ କରିଛୁ ବୋଲି ସେ କହିଛନ୍ତି। କୋଷ୍ଟ୍ରିକିସ ଓ ତାଙ୍କ ଦଳ ଏହି ଭାରିଆଣ୍ଟର ୨୫ ସଂକ୍ରମଣ ମାମଲା ଚିହ୍ନଟ କରିଛନ୍ତି।

Share