କରୋନାର ନୂଆ ରୂପକୁ ନେଇ ଭୟ କରିବାର ନାହିଁ: ଡବ୍ଲୁଏଚଓ

ଲଣ୍ଡନ,୨୧ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିବା ପରେ ଭୟଭୀତ ହୋଇଯାଇଛି ସାରା ବିଶ୍ୱ । ଏମିତିକି ପାଖାପାଖି ୩୦ଟି ଦେଶ ବିଟ୍ରେନକୁ ବିମାନ ସେବା ବନ୍ଦ କରି ଦେଇଛି । ସ୍ଥିତି ବିଗିଡିବାକୁ ଯାଉଥିବା ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)କହିଛି କରୋନାର ନୂଆ ରୂପକୁ ନେଇ ଭୟ କରିବାର କିଛି କାରଣ ନାହିଁ । କାରଣ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହାସହ କରୋନା ଭାଇରସର ନୂଆ ରୂପ କେତେ ଭୟଙ୍କର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଡବ୍ଲୁଏଚଓ କହିଛି ବ୍ରିଟେନର ଯେଉଁ ଅଞ୍ଚଳରେ କରୋନା ଭାଇରସର ନୂଆ ରୂପ ଦେଖାଦେଇଛି ସେଠାରେ ସଂକ୍ରମଣ ସାମାନ୍ୟରୁ ଅଧିକ ରହିଛି । ଅନ୍ୟପଟେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ନୂଆ ଭାଇରସକୁ ନେଇ ଷ୍ଟେଜ-୪ରେ ଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ । ସେପଟେ ଡେଲି ମେଲର ଏକ ରିପୋର୍ଟ ଅନୁୟାୟୀ, କରୋନା ଭାଇରସର ଏହି ନୂଆ ରୂପ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ବି ଦେଖିବାକୁ ମିଳିଲାଣି ।

Share