Posted inଜାତୀୟ

ଏହି ରାଜ୍ୟରେ କରୋନାର ଏକ୍ସବିବି.୧.୧୬ ଭାରିଆଣ୍ଟ ମାମଲା ସବୁଠାରୁ ଅଧିକ

ନୂଆଦିଲ୍ଲୀ,୨୩।୩: ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୧୩୦୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ୧୪୦ଦିନ ପରେ କୋଭିଡର ଦୈନିକ ମାମଲାରେ ସର୍ବାଧିକ। ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୯୯,୪୧୮କୁ ବୃଦ୍ଧି ପାଇଥିବା ବେଳେ ଚିକିତ୍ସିତଙ୍କ ସଂଖ୍ୟା ୭,୬୦୫ରେ ପହଞ୍ଚିଛି। ନୂତନ ମାମଲା ବୃଦ୍ଧି ପଛରେ କୋଭିଡ-୧୯ର ଏକ୍ସବିବି.୧.୧୬ ବୋଲି କୁହାଯାଉଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଏକ୍ସବିବି.୧.୧୬ ଭାରିଆଣ୍ଟର ମୋଟ ୩୪୯ ନମୁନା ଚିହ୍ନଟ ହୋଇଛି। ଏହି ଭାରିଆଣ୍ଟ ୯ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ଭାରତୀୟ ସାର୍ସ କୋଭ-୨ ଜେନୋମିକ୍ସ କନ୍ସୋର୍ଟିୟମ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ଏହି ଭାରିଆଣ୍ଟର ସର୍ବାଧିକ ମାମଲା ୧୦୫ ରହିଛି। ସେହିପରି ତେଲେଙ୍ଗାନାରେ ୯୩, କର୍ନାଟକରେ ୬୧ ଏବଂ ଗୁଜୁରାଟରେ ୫୪ଟି ମାମଲା ରହିଛି। ଜାନୁଆରୀରେ ଏକ୍ସବିବି ୧.୧୬ ଭାରିଆଣ୍ଟର ଦୁଇଟି ନମୁନା ପ୍ରଥମେ ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ଉଦାରୀକରଣ, ନରେଗା, ଆଧାର ଏବଂ RTI ରେ ପ୍ରମୁଖ ଭୂମିକା….ଜାଣନ୍ତୁ ମନମୋହନଙ୍କ ସମସ୍ତ ଉପଲବ୍ଧି

ନୂଆଦିଲ୍ଲୀ,୨୬ା୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତର ଜଣାଶୁଣା ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂ ଗୁରୁବାର ରାତିରେ ପ୍ରାଣତ୍ୟାଗ କରିଛନ୍ତି। ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ...

କଂଗ୍ରେସକୁ ଏଏପିର ୨୪ ଘଣ୍ଟିଆ ଅଲ୍ଟିମେଟମ, ପ୍ରତିକ୍ରିୟା ରଖିଲେ ଭେନୁଗୋପାଲ

ନୂଆଦିଲ୍ଲୀ,୨୬।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) କଂଗ୍ରେସକୁ ଭାଜପା...

ଭଡ଼ାଘରେ ଆର୍‌ଜେ ସିମରନ୍‌ଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ…

ନୂଆଦିଲ୍ଲୀ,୨୬।୧୨: ଜମ୍ମୁର ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ଆର୍‌ଜେ ସିମରନ୍‌ ସିଂଙ୍କ ଆତ୍ମହତ୍ୟା। ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ତେବେ ତାଙ୍କ ମୃତଦେହକୁ...

ଆଉ ପିନ୍ଧିବି ନାହିଁ ଜୋତା, କାହିଁକି ଏମିତି ଶପଥ ନେଲେ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ

ଚେନ୍ନାଇ,୨୬।୧୨: ଗୁରୁବାର କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ଜୋତା ଖୋଲି ଦେଇ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଡିଏମକେ...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ AIIMS ରେ ଭର୍ତ୍ତି

ନୂଆଦିଲ୍ଲୀ,୨୬ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ...

ପ୍ରେମିକାଙ୍କୁ ନିଜ ହାତରେ ହାଣି ହତ୍ୟା କଲା ପରେ ଏମିତି କଲେ ପ୍ରେମିକ

ଗୁଆହାଟି,୨୬ା୧୨: ସମଗ୍ର ଭାରତରେ ଏବେ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡର ଖବର ଆସିବା ଲାଗି ରହିଛି। ଗୁରୁବାର ସମାନ ଘଟଣାରେ ଆସାମ ରାଜଧାନୀ ଗୁଆହାଟୀରେ ଜଣେ...

CWC ବୈଠକରେ ପହଞ୍ଚିଲେ ନାହିଁ ସୋନିଆ-ପ୍ରିୟଙ୍କା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୧୨: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କର୍ନାଟକର ବେଲାଗାଭିରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ଯୋଗ ଦେଇନଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri