Categories: ଜାତୀୟ

ବଦଳିଲା ଅନ୍ତର୍ଜାତୀୟ ବିମାନଯାତ୍ରାର ଗାଇଡଲାଇନ

ନୂଆଦିଲ୍ଲୀ,୨୬ ।୩: କରୋନା ମହାମାରୀ ସଂକ୍ରମଣ କମି ଆସିଥିବା ବେଳେ ଏବେ ଅନ୍ତର୍ଜାତୀୟ ବିମାନ ଯାତ୍ରାର ଗାଇଡ ଲାଇନରେ କିଛି ପରିବର୍ତ୍ତନ କରାଯାଇଛି । ଏବେ ଆଉ ବିମାନ ଭିତରେ ସାମାଜିକ ଦୂରତା ବା ୩ ସିଟ୍ ମଝିରେ ବ୍ୟବଧାନ ରଖିବା ଆବଶ୍ୟକ ନାହିଁ । ସଂଶୋଧିତ ଗାଇଡ ଲାଇନ ଅନୁଯାୟୀ, ଏବେ ଆଉ ଚାଳକ ଦଳ ପିପିଇ କିଟ୍ ପିନ୍ଧିବାର ଆବଶ୍ୟକତା ନାହିଁ । ସେହିପରି ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଉଥିବା ପ୍ୟାଟ-ଡାଉନ ଯାଞ୍ଚ ଆରମ୍ଭ କରାଯାଇଛି । ତେବେ ବିମାନ ବନ୍ଦର ଓ ବିମାନ ଭିତରେ ମାସ୍କ ପିନ୍ଧିବା ଜରୁରୀ । ସୂଚନାଯୋଗ୍ୟ, କରୋନା ଭାଇରସ କାରଣରୁ ୨୩ ମାର୍ଚ୍ଚ, ୨୦୨୦ରୁ ସିଡ୍ୟୁଲ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ଥିଲା । ହେଲେ ଏୟାର ବବଲ ବ୍ୟବସ୍ଥା ଦ୍ୱାରା ଜୁଲାଇ ୨୦୨୦ରୁ ଭାରତ ଓ ପାଖାପାଖି ୪୫ ଦେଶ ମଧ୍ୟରେ ବିଶେଷ ଯାତ୍ରୀ ବିମାନ ଚଳାଚଳ ହେଉଥିଲା ।

Share