୪ ମିନିଟରେ ମିଳିବ କରୋନା ରିପୋର୍ଟ

ବେଜିଂ,୯।୨: କରୋନା ମହାମାରୀରୁ ବିଶ୍ୱ କେବେ ମୁକୁଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଏନେଇ ବିଶ୍ୱ ଏହା ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବି ଏହାର ନିରାକରଣ ଖୋଜିବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ଆର୍‌ଟିପିସିଆର୍‌ ଟେଷ୍ଟକୁ ସବୁଠାରୁ ଭରସା ଯୋଗ୍ୟ ଟେଷ୍ଟ ଭାବେ ବିବେଚନା କରାଯାଉଛି। ହେଲେ ଏହି ରିପୋର୍ଟ ଆସିବାକୁ ଅଧିକ ସମୟ ଲାଗୁଛି। ଏହି ସମସ୍ୟାର ସମାଧାନ ପାଇଁ ଚାଇନା କମ୍‌ ସମୟ ମଧ୍ୟରେ କିପରି କରୋନା ଟେଷ୍ଟ କରାଯାଇ ପାରିବ ସେନେଇ ଏକ ଟେଷ୍ଟ ଟିକ୍‌ ପ୍ରସ୍ତୁତ କରିଛି। ଏହି କିଟ୍‌ ମାଧ୍ୟମରେ କୋଭିଡ ଟେଷ୍ଟ କରାଗଲେ ୪ ମିନିଟରେ ଏହାର ଫଳାଫଳ ଜଣାପଡିବ। ଏହି ଚେଷ୍ଟ ଆର୍‌ଟିପିସିଆର୍‌ ଭଳି ଭରଶା ଯୋଗ୍ୟ ବୋଲି ଚାଇନାର ବୈଜ୍ଞାନିକମାନେ ଦାବି କରିଛନ୍ତି।

ଜାତୀୟ ଗଣମାଧ୍ୟମ ବାୟୋମେଡିକାଲ ଇଞ୍ଜିନିୟରିଂ ଜର୍ନାଲରେ ସୋମବାର ଏକ ଆର୍ଟିକଲ ପ୍ରକାଶ ପାଇଛି। ଏଥିରେ ବିଶେଷଜ୍ଞମାନେ କହିଛନ୍ତି, ସୱାବରୁ ଜିନୋଟିକ ମେଟେରିଆଲର ବିଶ୍ଳେଷଣ କରିବାକୁ ମାଇକ୍ରୋଇଲୋକ୍ଟ୍ରୋନିକ୍ସର ବ୍ୟବହାର କରୁଥିବା ଏହି କିଟର ସେନ୍ସର ଆର୍‌ଟିପିସିଆର୍‌ କିଟ୍‌ଠାରୁ କମ୍‌ ସମୟରେ ରିପୋର୍ଟ ପ୍ରକାଶ କରିଥାଏ ।
ଏହି ଟେଷ୍ଟିଂ କିଟ୍‌ ଡେଭଲପ ହେବା ପରେ ଏହାକୁ ବିମାନ ବନ୍ଦର ଏବଂ ଘରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏପରି କି ଏହି କିଟ ଦ୍ୱାରା ଅନ୍ୟ ରୋଗ ସମ୍ପର୍କରେ ମଧ୍ୟ ଜଣାପଡିବ ବୋଲି ବିଶେଷଜ୍ଞମାନେ ଆଶା ବ୍ୟକ୍ତ କରିଛନ୍ତି।

Share