ଭୁବନେଶ୍ୱର,୨୮।୭: ଏସ୍ବିଆଇ କାର୍ଡ ଓ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଲିମିଟେଡ୍ (ଆଇଆର୍ସିଟିସି) ପକ୍ଷରୁ ଆଇଆର୍ସିଟିସି-ଏସ୍ବିଆଇ କୋ ବ୍ରାଣ୍ଡେଡ ସ୍ପର୍ଶବିହୀନ କ୍ରେଡିଟ କାର୍ଡ ଆସିଛି। ଏହାକୁ ରୂପେ ପ୍ଲାଟଫର୍ମରେ ଉନ୍ମୋଚନ କରାଯାଇଛି। ଟ୍ରେନରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଏହା ପ୍ରସ୍ତୁତି କରାଯାଇଛି। ଏହି କାର୍ଡର ଗ୍ରାହକମାନେ ଭାରତୀୟ ରେଳରେ ଯାତ୍ରା ସମୟରେ ବିଶେଷ ରିହାତି ସୁବିଧା ପାଇପାରିବେ। ଏହି କାର୍ଡରେ ଆଇଆର୍ସିଟିସିରେ ଏସି୧, ଏସି୨, ଏସି୩ ଏବଂ ଏସି ସିସି ବୁକିଙ୍ଗ୍ ବେଳେ ଗ୍ରାହକମାନେ ୧୦% ସଞ୍ଚୟ କରିପାରିବେ। କାର୍ଡକୁ ସକ୍ରିୟ କରିବା ବେଳେ ଏହା ୧% କାରବାର ଫି ଛାଡ ସୁବିଧା ସହ ୩୫୦ ବୋନସ ପଏଣ୍ଟ ମଧ୍ୟ ପ୍ରଦାନ କରିବ। କାର୍ଡରେ ମିଳୁଥିବା ରିଓ୍ବାର୍ଡ ପଏଣ୍ଟକୁ ଆଇଆର୍ସିଟିସି ଓ୍ବେବସାଇଟରେ ଟିକଟ ବୁକିଙ୍ଗ୍ ବେଳେ ରିଡିମ୍ କରାଯାଇପାରିବ। ଏହି ସୁବିଧା ଓ କାର୍ଡ ସମ୍ପର୍କରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ, ଭାରତରେ ନିୟମିତ ରେଳ ଯାତ୍ରା କରୁଥିବା ଯାତ୍ରୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ନୂଆ ବ୍ୟବସ୍ଥା କରାଯାଇଛି।