ଉପକୂଳରେ ନୂଆ ସଙ୍କଟ

ବିପିନ ବିହାରୀ ରାଉତ

 

ନଦୀ ନାଳ ଦ୍ୱାରା ସମୁଦ୍ରକୁ ବିଭିନ୍ନ ପ୍ରକାର ପଥର, ଗୋଡ଼ି, ପଙ୍କ ପ୍ରବାହିତ ହୋଇ ଆସେ। ସମୁଦ୍ରକୁ ପାଣି ଯାଉଥିବା ବେଳେ ଏ ସବୁ କଠିନ ପଦାର୍ଥ ସମୁଦ୍ର ଢେଉରେ ଭାସି ଆସି କୂଳରେ ସମାନ ଭାବେ ଜମା ହୁଏ। ଏହି କଠିନ ପ୍ରାକୃତିକ ବର୍ଜ୍ୟ ଉପକୂଳରେ ଏକ ପ୍ରାକୃତିକ ସୁରକ୍ଷା ପାଚେରି ତିଆରି କରିଥାଏ। କିନ୍ତୁ କିଛିବର୍ଷ ହେଲା ସମୁଦ୍ର କୂଳରେ ନିର୍ମାଣ ଓ ନଦୀର ଉପରମୁଣ୍ଡରେ ଜଳକୁ ଅବରୋଧ କରିବା ଦ୍ୱାରା ଏ ବ୍ୟବସ୍ଥା ପ୍ରଭାବିତ ହୋଇଛି। ନଦୀ ନାଳରେ ଠିକ୍‌ ସମୟରେ ପାଣି ଆସୁନାହିଁ, ଫଳରେ ପ୍ରାକୃତିକ କଠିନ ବର୍ଜ୍ୟ ମଧ୍ୟ ଆବଶ୍ୟକ ପରିମାଣରେ ଆସୁନାହିଁ। ଏହାଛଡ଼ା ସମୁଦ୍ର କୂଳରେ ବିଭିନ୍ନ ନିର୍ମାଣ କାମ ପାଇଁ କଠିନ ବର୍ଜ୍ୟ ସମତୁଲ ଭାବେ ସମୁଦ୍ର କୂଳରେ ଜମା ହୋଇପାରୁ ନ ଥିବାରୁ କେଉଁଠି ଅତ୍ୟଧିକ ଜମା ହୋଇ ରହୁଛି ତ ଆଉ କେଉଁଠି ଢେଉ କୂଳ ଖାଉଛି, ଯାହା ଉପକୂଳ ସୁରକ୍ଷା ପାଇଁ ସଙ୍କଟ ସୃଷ୍ଟି କରୁଛି। ନେଦରଲାଣ୍ଡର ପରିବେଶ ବିଜ୍ଞାନ ସମ୍ପର୍କିତ ପ୍ରତିଷ୍ଠିତ ସାଇନ୍ସ ଅଫ ଦି ଟୋଟାଲ ଏନଭାଇରନମେଣ୍ଟ ପତ୍ରିକାରେ ଏହା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଅବକ୍ଷୟର ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଛି। ବଡ଼ କଥା ହେଉଛି ଯେ ଏହି ପ୍ରକ୍ରିୟା ମଧ୍ୟରେ ନଦୀଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ଯାହାର ପ୍ରଭାବ ସ୍ବରୂପ କିଛି ମାସ ପୂର୍ବେ ଋଷିକୁଲ୍ୟା ନଦୀରେ ଏକ ନୂଆ ମୁହାଣ ସୃଷ୍ଟି ହୋଇ ସାରିଛି। ଗବେଷଣାରେ କୁହାଯାଇଛି ଯେ ମହାନଦୀ ଉପରମୁଣ୍ଡ ସହିତ ରାଜ୍ୟର ବିଭିନ୍ନ ନଦୀ ଉପରମୁଣ୍ଡରେ ଡ୍ୟାମ୍‌ ଓ ଅନ୍ୟ କାର୍ଯ୍ୟ ପାଇଁ ସମୁଦ୍ରକୁ ପାଣି ଆସିବା କମ୍‌ ହୋଇଯାଉଛି। ଏହାଦ୍ୱାରା ଗତ ୨୦-୩୦ ବର୍ଷ ମଧ୍ୟରେ ସମୁଦ୍ରକୁ ପାଣି ଓ ସେଡିମେଣ୍ଟ ଆସିବା ମଧ୍ୟ କମ୍‌ ହୋଇଯାଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସମୁଦ୍ର ଉପକୂଳ ଅବକ୍ଷୟ ହେବାରେ ଲାଗିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ରିସର୍ଚ୍ଚରେ ସାମିଲ ଥିବା ଫକୀରମୋହନ ବିଶ୍ୱବିଦ୍ୟାଳୟର ଜିଓଗ୍ରାଫି ବିଭାଗର ପ୍ରଫେସର ମନୋରଞ୍ଜନ ମିଶ୍ର କହିଛନ୍ତି ଯେ ଏଥିରେ ମୁଖ୍ୟତଃ ବନ୍ଦର ଅଞ୍ଚଳଗୁଡ଼ିକ ଅଧିକ ପ୍ରଭାବିତ ହେଉଛି। ରାଜ୍ୟରେ ଥିବା ୩ଟି ବନ୍ଦର ମଧ୍ୟରୁ ବର୍ତ୍ତମାନ ପାରାଦୀପ ଓ ଗୋପାଳପୁର ବନ୍ଦରରେ ଏହାର ପ୍ରଭାବ ଦେଖାଯାଇଛି। ସେ କହିଛନ୍ତି, ବନ୍ଦର ନିର୍ମାଣ ପାଇଁ ପ୍ରଥମେ ସମୁଦ୍ର ଢେଉର ପ୍ରତିକାର ପାଇଁ ଏକ ଲମ୍ବା କଂକ୍ରିଟ ଭି (ଷ୍ଟ୍ରକ୍‌ଚର) ନିର୍ମାଣ କରାଯାଉଛି। ଏହି ଲମ୍ବା ଭି ସମୁଦ୍ର ଢେଉକୁ ପ୍ରତିରୋଧ କରୁଛି। ଏହି ଲମ୍ବା ଭିି ଯୋଗୁ ଯେଉଁ ସେଡିମେଣ୍ଟଗୁଡ଼ିକ ସମାନ ଭାବେ ବାଣ୍ଟି ହୋଇଯିବା କଥା ଏହି ଷ୍ଟ୍ରକ୍‌ଚର ଯୋଗୁ ସେହି ସ୍ଥାନରେ ଏହା ଉପକୂଳକୁ ଆସିପାରୁନାହିଁ। ତେବେ ଯେଉଁ ସ୍ଥାନରେ ଏହି ବାଧା ସୃଷ୍ଟି ହେଉଛି, ଏହାର ଦକ୍ଷିଣ ଦିଗରେ ଏହି ସମସ୍ତ ସେଡିମେଣ୍ଟ ଗଦା ହେଉଛି। ମାତ୍ର ଏହାର ଉତ୍ତର ଦିଗରେ ବ୍ୟାପକ ଭାବେ ସମୁଦ୍ର ଅବକ୍ଷୟ ହେବାରେ ଲାଗିଛି ବୋଲି ଜଣାପଡ଼ିଛି। ଯାହାର ଉଦାହରଣ ସ୍ବରୂପ ପାରାଦୀପର ଉତ୍ତର ଅର୍ଥାତ୍‌ ସାତଭାୟାରେ ସମୁଦ୍ର କୂଳ ଲଙ୍ଘିବା ସହିତ ଏଠାରେ ଅବକ୍ଷୟ ହୋଇଚାଲିଛି। ସମାନ ଭାବେ ଗୋପାଳପୁର ବନ୍ଦରର ଦକ୍ଷିଣ ଅର୍ଥାତ୍‌ ଟୁରିଷ୍ଟ ବିଚ୍‌ ନିକଟସ୍ଥ ଅଞ୍ଚଳରେ ସେଡିମେଣ୍ଟ ଗଦା ହୋଇ ଚାଲିଥିବାବେଳେ ବନ୍ଦରର ଉତ୍ତର ଭାଗ ଅର୍ଥାତ୍‌ ପୋଡମପେଟାରେ କୂଳ ଅବକ୍ଷୟ ହେଉଛି। ଏହି ଅବକ୍ଷୟ ଫଳରେ ଯେଉଁ ସେଡିମେଣ୍ଟସବୁ ସମୁଦ୍ରକୁ ଆସୁଛି ତାହା ବର୍ତ୍ତମାନ ଋଷିକୁଲ୍ୟା ମୁହାଣ ନିକଟରେ ଗଦା ହେଉଛି। ଯାହାଫଳରେ ଏହି ମୁହାଣରୁ ସମୁଦ୍ରକୁ ଠିକ୍‌ ଭାବେ ପାଣି ଆସି ନ ପାରି ଋଷିକୁଲ୍ୟାରେ ଆଉ ଏକ ମୁହାଣ ଖୋଲିଛି ଓ ସେଠାରୁ ସମୁଦ୍ରକୁ ପାଣି ପ୍ରବେଶ କରୁଛି।
ତେଣୁ ରାଜ୍ୟର ଯେକୌଣସି ସ୍ଥାନର ବନ୍ଦର କିମ୍ବା ଅନ୍ୟ କୌଣସି ଭିତ୍ତିଭୂମି ବିକାଶ ପାଇଁ ଚିନ୍ତା କରାଗଲେ ସରକାର ଆଖପାଖ ଗଁା ଓ ଅନ୍ୟ ଦିଗ ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ଦୁଇଟି ବନ୍ଦର ପାଇଁ ସମସ୍ୟା ସୃଷ୍ଟି ହୋଇ ସାରିଥିବା ବେଳେ ଧାମରାରେ ଏହି ସମସ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ଦେଖାଯାଇ ନାହିଁ। ଧାମରା ବନ୍ଦର ପାଇଁ ସମୁଦ୍ର ମଧ୍ୟରେ ଥିବା ଦ୍ୱୀପ ବରଦାନ ସାବ୍ୟସ୍ତ ହୋଇଛି। ପ୍ରାକୃତିକ ଉପାୟରେ ସମୁଦ୍ର ଲହଡି ଦ୍ୱୀପରେ ମାଡ଼ ହେଉଥିବାରୁ ବନ୍ଦର ପାଇଁ ବିଶେଷ ସମସ୍ୟା ସୃଷ୍ଟି ହେଉ ନ ଥିବା ଏହି ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଯେଉଁ ସ୍ଥାନଗୁଡ଼ିକରେ ଅବକ୍ଷୟ ହେଉଛି, ସେଠାରେ ବାରମ୍ବାର ବାଲି ଫିଲିଂ ହେବାର ଆବଶ୍ୟକତା ରହିଛି। ଆମେ ସମସ୍ତେ ସଚେତନ ହୋଇ ପରିବେଶକୁ ଭଲ ପାଇବା ଅତ୍ୟନ୍ତ ଜରୁରୀ।
ଶ୍ରୀବିହାର କଲୋନୀ, କଟକ
ମୋ-୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ...

କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ...

ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’...

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image