କରୋନା ପରେ ନୂଆ ବିପଦ: ସଂକ୍ରମିତ ପିଆଜ ଖାଇ ଲୋକେ ଅସୁସ୍ଥ

ଓ୍ବାଶିଂଟନ, ୩।୮: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏବେ ବହୁ ଲୋକ ସଂକ୍ରମିତ ପିଆଜ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୬୦ରୁ ଅଧିକ ଲୋକଙ୍କୁ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ପିଆଜରେ ଥିବା ସୈଲମୋନେଲା ବ୍ୟାକ୍ଟେରିଆ ଯୋଗୁ ଫୁଡ୍‌ ପଏଜନିଂ ହୋଇଥିବା ଡାକ୍ତର କହିଛନ୍ତି। ଆମେରିକାର ୩୧ଟି ପ୍ରଦେଶରେ ଏଭଳି ସମସ୍ୟା ଦେଖାଦେଇଛି। ପିଆଜ ଥମସନ୍‌ ଇଣ୍ଟରନ୍ୟାଶନାଲ୍‌ ନାମକ ଏକ କମ୍ପାନୀ ପକ୍ଷରୁ ସପ୍ଲାଏ କରାଯାଇଥିଲା। ପିଆଜ ସଂକ୍ରମଣ ଅଭିଯୋଗ ମିଳିବା ପରେ କମ୍ପାନୀ ଏହାର ପିଆଜକୁ ବଜାରରୁ ଫେରାଇ ଆଣିବା ଜାରି ରଖିଛି। ପିଆଜ ଖାଇବା ପରେ ୬୫ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ସମସ୍ୟା ଦେଖାଦେଉଥିବା କୁହାଯାଉଛି। ସେମାନେ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ଅସୁସ୍ଥ ରହୁଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

Share