Advertisement

ପୃଥିବୀ ଉପରେ ନୂଆ ବିପଦ, ବାୟୁମଣ୍ଡଳରେ ଜହର ମିଶାଉଛନ୍ତି ୨୫ ସହର…

ଓ୍ବାଶିଂଟନ,୧୩।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ି ଆସୁଛି। ପୃଥିବୀର ବାୟୁମଣ୍ଡଳରେ ୨୫ଟି ବିକଶିତ ସହର ଜହର ମିଶାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୨୩ଟି ସହର ଚାଇନାରେ ଅଛି। ସେହିପରି ଅନ୍ୟ ଦୁଇ ସହର ହେଉଛନ୍ତି ରୁଷିଆର ମସ୍କୋ ଏବଂ ଜାପାନର ଟୋକିଓ। ଏସବୁ ସହର ବାୟୁମଣ୍ଡଳକୁ ୫୨ ପ୍ରତିଶତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ଛାଡୁଛନ୍ତି। ଏହା ଦ୍ୱାରା ବିଶ୍ୱ ତାପନ ବଢ଼ିବାରେ ଲାଗିଛି। ଏସମ୍ପର୍କିତ ଏକ ରିପୋର୍ଟ ଫ୍ରଣ୍ଟିୟର ଇନ୍‌ ସସ୍‌ଷ୍ଟେନ୍‌ବିଲିଟି ସିଟି ଜର୍ନାଲ୍‌ରେ ପ୍ରକାଶ ପାଇଛି। ୫୩ ଟି ଦେଶର ୧୬୭ ସହର ଉପରେ ଗବେଷଣା କରାଯିବା ପରେ ରିପୋର୍ଟ ପ୍ରକାଶିତ ହୋଇଛି। ଆମେରିକା, ୟୁରୋପୀୟ ଦେଶ ସମୁହ ଏବଂ ଭାରତର ବିଭିନ୍ନ ସହରରୁ ମଧ୍ୟ ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସ୍‌ ଜମା ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାନଗର ଯୋଗୁ ବାୟୁମଣ୍ଡଳ ଅଧିକ ବିଷାକ୍ତ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ଭୟଙ୍କର ସ୍ଥିତିି ସୃଷ୍ଟି ହେବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share