Categories: ଜାତୀୟ

ଭାଜପା ଏମ୍‌ପିଙ୍କୁ ଧମକ: ଟଙ୍କା ନ ଦେଲେ ବୋମାପକାଇ ଘର ଉଡାଇଦେବୁ

ପ୍ରତାପଗଡ,୧୩।୮: ଉତ୍ତରପ୍ରଦେଶର ପ୍ରତାପଗଡ ଜିଲାର ଏମ୍‌ପି ସଙ୍ଗମଲାଲ ଗୁପ୍ତାଙ୍କୁ ଏକ ଧମକ ମିଳିଛି। ତାଙ୍କୁ ଫୋନ୍‌ରେ କିଛି ଲୋକ ୫ କୋଟି ଟଙ୍କା ବଟି ମାଗିଛନ୍ତି। ଯଦି ବଟି ନ ଦିଅନ୍ତି ତେବେ ତାଙ୍କୁ ଏବଂ ତାଙ୍କ ପରିବାରକୁ ବୋମା ପକାଇ ଉଡାଇ ଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଇଛି। ଧମକର ଗୋଟିଏ କଲ ୟୁପିରୁ ଏବଂ ଅନ୍ୟଟି ଦିଲ୍ଲୀରେ ଆସିଥିଲା। ସଙ୍ଗମଲାଲଙ୍କ ଅଭିଯୋଗ ଅନୁଯାୟୀ, ନୂଆଦିଲ୍ଲୀ ଜିଲାର ଉତ୍ତର ଏଭେନ୍ୟୁ ପୋଲିସ ଷ୍ଟେଶନରେ ଏନେଇ ଏକ ମାମଲା ରୁଜୁ କରିଛି। ଏହି ମାମଲା ଏମ୍‌ପିଙ୍କ ସହ ଜଡିତ ତେଣୁ ମାମଲାର ତଦନ୍ତ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଗିରଫଦାରୀ ହୋଇନାହିଁ।
ଗତ ସୋମବାର ସଙ୍ଗମଲାଲ ନୂଆଦିଲ୍ଲୀରେ ଥିବା ତାଙ୍କ ସରକାରୀ ବାସଭବନରେ ଥିଲେ, ସେ ସକାଳ ୯.୩୦ରେ ଏକ ଧମକପୂର୍ଣ୍ଣ କଲ ପାଇଥିଲେ ଏବଂ ରାତି ୫.୩୦ ସୁଦ୍ଧା ଟଙ୍କା ପଠାଇବାକୁ କହିଥିଲେ।

Share