Categories: ଜାତୀୟ

ଅଧ ଘଣ୍ଟାରେ ଫେରି ଆସିଲା ଦିଲ୍ଲୀରୁ ପ୍ୟାରିସ ଯାଉଥିବା ବିମାନ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(ଆଇଜିଆଇ)ରେ ଶୁକ୍ରବାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ଯେତେବେଳେ ଦିଲ୍ଲୀରୁ ପ୍ୟାରିସ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିବାର ସୂଚନା ଦିଆଯାଇଥିଲା।
ଏହି ସୂଚନା ମିଳିବା ପରେ ଏୟାରପୋର୍ଟ ପ୍ରଶାସନ ସମସ୍ତ ଜରୁରୀ ବ୍ୟବସ୍ଥା କରି ନେଇଥିଲେ। ଏଥିପାଇଁ ଫାୟାର ବ୍ରିଗେଡରୁ ନେଇ ଅନ୍ୟ ସମସ୍ତ ଜରୁରୀ ବ୍ୟବସ୍ଥା କରାଯାଇଥିଲା ଯେମିତି କୌଣସି ଅଘଟଣ ନ ଘଟେ। ଏହାପରେ ଏୟାର ଇଣ୍ଡିଆର ବିମାନଟିକୁ ସେଫ ଲ୍ୟାଣ୍ଡିଂ କରାଯାଇଥିଲା। ଆଉ ବିମାନରେ ଥିବା ସମସ୍ତ ୨୨୦ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀ ବିମାନ ବନ୍ଦରରୁ ପ୍ୟାରିସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ କିଛି ସମୟ ପରେ ପାଇଲଟ ଭାବିଥିଲେ କି ବିମାନର ଟାୟାର ଫାଟିଯାଇପାରେ। ସେଥିପାଇଁ ପାଇଲଟ ଆଇଜିଆଇ ପ୍ରଶାସନକୁ ସୂଚନା ଦେଇଥିଲେ। ଆଉ ଏହାର ଟେକଅପର ଠିକ ଅଧଘଣ୍ଟା ପରେ ବିମାନଟି ଫେରିଆସି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା।

Share