Categories: ଜାତୀୟ

ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ: ଦ୍ୱିତୀୟ ନମ୍ବରରେ ଢାକା

ନୂଆଦିଲ୍ଲୀ,୨୨।୩: ଭାରତର ରାଜଧାନୀ ଦିଲ୍ଲୀ ନାମରେ ଆଉ ଏକ ଅବାଞ୍ଛିତ ରେକର୍ଡ ପଞ୍ଜିକୃତ ହୋଇଛି। ଲଗାତର ଦ୍ୱିତୀୟ ବର୍ଷ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ଭାବେ ପାଲଟିଛି। ଜାତିସଂଘର ପରିବେଶ କାର୍ଯ୍ୟକ୍ରମ(ୟୁଏନ୍‌ଇପି)ର ର଼୍ୟାକିଙ୍ଗର ରିପୋର୍ଟ ଅନୁସାରେ ଭାରତ ହେଉଛି ବିଶ୍ୱର ୫ମ ପ୍ରଦୂଷିତ ଦେଶ। ତେବେ ଏହି ତାଲିକାରେ ଦିଲ୍ଲୀ ପରେ ବାଂଲାଦେଶର ରାଜଧାନୀ ଢାକାର ନମ୍ବର ରହିଛି। ସେହିପରି ଚାଡର ରାଜଧାନୀ ନଜାମିନା ତୃତୀୟ ସର୍ବାଧିକ ପ୍ରଦୂଷିତ ରାଜଧାନୀ। ଏହାପରେ ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେ ଏବଂ ଓମାନର ରାଜଧାନୀ ମସ୍କଟ ସର୍ବାଧିକ ପ୍ରଦୂଷିତ ରାଜଧାନୀ ମଧ୍ୟରେ ରହିଛି। ସୂଚନାଯୋଗ୍ୟ, ଭାରତରେ ପ୍ରଦୂଷଣ ସମସ୍ୟା ଦିଲ୍ଲୀ ସମେତ ଅନେକ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୦୨୧ରେ ସେଣ୍ଟ୍ରାଲ ଏବଂ ଦକ୍ଷିଣ ଏସିଆର ୧୫ଟି ପ୍ରଦୂଷିତ ସହର ମଧ୍ୟରୁ ୧୨ରେ ଭାରତ ରହିଛି। କାରଣ ଭାରତରେ ନଡ଼ା ଜଳିବା ଏକ ସାଧାରଣ କଥା। ବିଶେଷକରି ଧାନ ଚାଷ ପରେ କୃଷକମାନେ ଶୀତଦିନେ ନଡ଼ା ପୋଡିଥାନ୍ତ। ଏହି କାରଣରୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଧୂଆଁମୟ ହୋଇଯାଇଥାଏ। ରାଜଧାନୀରେ ପ୍ରାୟ ୪୫ ପ୍ରତିଶତ ପ୍ରଦୂଷଣ ପାଇଁ ଏହି ଧୂଆଁ ହିଁ ଦାୟୀ।

Share