Categories: ଜାତୀୟ

ଦିନକ ପାଇଁ ବ୍ରିଟେନର ହାଇ କମିଶନ ହେଲେ ଦିଲ୍ଲୀର ଝିଅ

ନୂଆଦିଲ୍ଲୀ,୧୧ ।୧୦: ଦିଲ୍ଲୀର ଜଣେ ଝିଅଙ୍କୁ ଭାରତରେ ଗୋଟିଏ ଦିନ ପାଇଁ ବ୍ରିଟେନ ହାଇକମିଶନର ହେବାର ସୁଯୋଗ ମିଳିଛି । ଚୈତନ୍ୟା ଭେଙ୍କଟେଶ୍ୱରନଙ୍କୁ ବୁଧବାର ଏହି ସୁଯୋଗ ମିଳିଥିଲା । ବିଶ୍ୱରେ ମହିଳାଙ୍କ ସାମ୍ନକୁ ଆସୁଥିବା ଚ୍ୟାଲେଞ୍ଜକୁ ରେଖାଙ୍କିତ କରିବାକୁ ଓ ମହିଳା ସଶକ୍ତିକରଣ ପାଇଁ ଏକ ମିଶନ ଭାବେ ଚୈତନ୍ୟାଙ୍କୁ ଏହି ସୂଯୋଗ ଦିଆଯାଇଛି । ବ୍ରିଟେନର ହାଇ କମିଶନର ୨୦୧୭ରୁ ପ୍ରତିବର୍ଷ ‘ଗୋଟିଏ ଦିନ ପାଇଁ ହାଇକମିଶନ’ ପ୍ରତିଯୋଗୀତା ଆୟୋଜନ କରୁଛି । ଯେଉଁଥିରେ ୧୮-୨୩ ବର୍ଷର ଯୁବତୀ ଭାଗ ନେଉଛନ୍ତି । ଏହାକୁ ନେଇ ବ୍ରିଟେନ ହାଇକମିଶନର କହିଛନ୍ତି ପ୍ରତିବର୍ଷ ହେଉଥିବା ଏହି ପ୍ରତିଯୋଗୀତାରେ ଚଳିତ ବର୍ଷ ଚୈତନ୍ୟା ଚତୁର୍ଥ ଯୁବତୀ ଭାବେ ଏହି ଗୌରବ ହାସଲ କରିଛନ୍ତି । ଏହି ସମୟରେ ଚୈତନ୍ୟା ହାଇମକିଶନର ବିଭାଗ ମୁଖ୍ୟଙ୍କୁ ସେମାନଙ୍କ କାମ ଦେଇଛନ୍ତି, ବରିଷ୍ଠ ମହିଳା ପୋଲିସ ଅଧିକାରୀଙ୍କ ସହ କଥା ହୋଇଛନ୍ତି, ଗଣମାଧ୍ୟମ ସହ କଥା ହୋଇଛନ୍ତି ।

Share