Categories: ବାଣିଜ୍ୟ

ମାଲାବାରର ନ୍ୟୁ ଡାଇମଣ୍ଡ କଲେକ୍ସନ

ଭୁବନେଶ୍ୱର,୧୬।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ନ୍ୟୁ ଡାଇମଣ୍ଡ କଲେକ୍ସନ ‘ସ୍ପାର୍କଲେ ଅଫ୍‌ ହେଭେନ୍‌’ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ମାଲାବାରର ସବ୍‌ ବ୍ରାଣ୍ଡ୍‌ ମାଇନ ଡାଇମଣ୍ଡ ଜୁଏଲେରିର ମଧ୍ୟ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ମାଲାବାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଯଥା ଭୁବନେଶ୍ୱରର ଶହୀଦନଗର ଓ ଚନ୍ଦ୍ରଶେଖରପୁର ସହିତ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ଠାରେ ମଧ୍ୟ ଉପରୋକ୍ତ ହୀରା ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ।
ଏ ସମ୍ପର୍କରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଚେୟାରମ୍ୟାନ ଏମ୍‌ପି ଅହମ୍ମଦ କହିଛନ୍ତି, ବ୍ରାଣ୍ଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ଗୁଡିକରେ ଡାଇମଣ୍ଡର ନୂତନ ଉତ୍ପାଦ ତଥା କଲେକ୍ସନ ଉପଲବ୍ଧ କରାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ବ୍ରାଣ୍ଡ୍‌ର ନୂତନ କଲେକ୍ସନ ଜରିଆରେ ଆମେ ଆମର ଗ୍ରାହକଙ୍କ ନିକଟତର ହୋଇପାରିବୁ। ସେହିଭଳି ବ୍ରାଣ୍ଡ୍‌ର ଆକର୍ଷଣୀୟ ଡିଜାଇନ ଓ କଳାକୃତିର ଗହଣା ସମ୍ଭାରକୁ ଓଡ଼ିଶାର ୩ଟି ପ୍ରମୁଖ ଷ୍ଟୋର ଜରିଆରେ ରାଜ୍ୟବାସୀଙ୍କୁ ସେମାନଙ୍କର ଚାହିଦା ଓ ଆବଶ୍ୟକତା ଅନୁଯାୟୀ ଗହଣା ଯୋଗାଇବା ସହ ଉଭୟ ବିକ୍ରି ଓ ବିକ୍ରି ପରବର୍ତ୍ତୀ ସୁବିଧାର ବ୍ୟବସ୍ଥା ମଧ୍ୟ ଯୋଗାଇଦେଉଛି।

Share