ନୂଆ ଯୁଗର ନୂଆ ରୋଗ

ଡା. କାନ୍ତି ନାୟକ

ଶରୀର ରହିଲେ ବ୍ୟାଧି ରହିବ ଏବଂ ଏଥିରେ କିଛି ନୂତନତ୍ୱ ନାହିଁ। ବ୍ୟାଧିରୁ ଦୂରେଇ ରହିବା ଏବଂ ଏହାର ନିବାରଣ କରିବା ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ। ଜନସଂଖ୍ୟା ବୃଦ୍ଧି ସହିତ ବ୍ୟାପକ ସହରାୟନ ତଥା ଜୀବନଶୈଳୀରେ ପରିବର୍ତ୍ତନ ଫଳରେ ନୂଆ ନୂଆ ରୋଗ ସୃଷ୍ଟି ହେଉଛି ଏବଂ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଜଳବାୟୁ ପରିବର୍ତ୍ତନ, ଆଧୁନିକ ସମାଜର ସାମାଜିକ ଆର୍ଥିକ ଚାପ, ନିଃସଙ୍ଗତା, ବ୍ୟସ୍ତବହୁଳତା, ସୁଷମ ଖାଦ୍ୟର ଅଭାବ ସବୁ ବିକଶିତ ଓ ବିକାଶଶୀଳ ସମାଜ ପାଇଁ ନୂଆ ବ୍ୟାଧି ଏବଂ ସ୍ବାସ୍ଥ୍ୟଗତ ଆହ୍ବାନ ସୃଷ୍ଟି କରିଛି। ସ୍ବାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନର ଉଲ୍ଲେଖନୀୟ ଅଗ୍ରଗତି ସତ୍ତ୍ୱେ ଏହି ବର୍ଗର ବ୍ୟାଧିର ଜଟିଳତା ଓ ବ୍ୟାପକତା ସବୁ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସ୍ବାସ୍ଥ୍ୟ ବଜେଟ, ଡାକ୍ତର, ଚିକିତ୍ସା କେନ୍ଦ୍ର, ଭେଷଜ ଓ ସେବା ଆଦିର ବୃଦ୍ଧି ଘଟିଛି ସତ, ତଥାପି ଅନେକ ଦେଶ ଓ ସମାଜ ଏବେ ମଧ୍ୟ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା କ୍ଷେତ୍ରରେ ପ୍ରାରମ୍ଭିକ ସ୍ତରରେ ରହିଛନ୍ତି।ଦେଶ ଓ ଆମ ରାଜ୍ୟ ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହାନ୍ତି। ତେଣୁ ସରକାର ଲୋକଙ୍କୁ ସୁସ୍ଥ ଓ ନୀରୋଗ ରଖିବାକୁ ନାନାବିଧ ରଣନୀତି ପ୍ରୟୋଗ କରୁଛନ୍ତି। ଭାରତ ତ ଏବେ ବିଶ୍ୱର ଡାଇବେଟିସ ରାଜଧାନୀରେ ପରିଣତ ହୋଇସାରିଛି।
ଏଭଳି ସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିକଟରେ ଯେଉଁ ରିପୋର୍ଟ ପ୍ରକାଶ କରିଛି, ତାହା ଭାରତ ଭଳି ଦେଶଙ୍କ ଚିନ୍ତା ଓ ଦାୟିତ୍ୱ ବଢ଼ାଇବା ସ୍ବାଭାବିକ। ଏହି ରିପୋର୍ଟ ଅନୁସାରେ ୨୦୩୦ସୁଦ୍ଧା ଅର୍ଥାତ୍‌ ଆଉ ପ୍ରାୟ ୭ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ୫୦ କୋଟି ଲୋକ ହୃଦ୍‌ରୋଗ ଓ ମଧୁମେହରେ ଆକ୍ରାନ୍ତ ହୋଇସାରିଥିବେ। ୨୦୨୦ରୁ ଏହି ଅଣସଂକ୍ରାମକ ବ୍ୟାଧିଗୁଡ଼ିକର ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଧୁନିକ ଯୁଗର ସବୁଠୁ ବଡ଼ ମାରାତ୍ମକ ବ୍ୟାଧି ହେଲା ଉଚ୍ଚ ରକ୍ତଚାପ। ପ୍ରବଳ ମାନସିକ ଚାପ ଓ ବ୍ୟଗ୍ରତା କେବଳ ରକ୍ତଚାପ ବଢ଼ାଏ ନାହିଁ, ଏହା ମାନସିକ ଅବସାଦ, ହୃଦ୍‌ରୋଗ, ମଧୁମେହ, ହୃଦ୍‌ଘାତ, କ୍ୟାନ୍‌ସର ଓ ଆହୁରି ଅନେକ ରୋଗକୁ ଡାକିଆଣେ। ମଣିଷ ତ ଚିନ୍ତାମୁକ୍ତ ହୋଇ ରହିବା ସହଜ ନୁହେଁ। ତେଣୁ ଏଭଳି ଅଣସଂକ୍ରାମକ ରୋଗର ପ୍ରାଦୁର୍ଭାବ ବଢ଼ିବା ସ୍ବାଭାବିକ। ଏହା ଜଣଙ୍କଠାରୁ ଅନ୍ୟଜଣଙ୍କୁ ନ ବ୍ୟାପିଲେ ମଧ୍ୟ ଆପଣା ଛାଏଁ ଚାପ ଓ ଉତ୍ତେଜନାରୁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୁଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହି ରିପୋର୍ଟରେ ଯଥାର୍ଥରେ କୁହାଯାଇଛି ଯେ ଶାରୀରିକ ବ୍ୟାୟାମର ଅଭାବ ଏହି ଅଣସଂକ୍ରାମକ ରୋଗବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ। ତେଣୁ ଲୋକଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାକୁ ଅଧିକରୁ ଅଧିକ ଶାରୀରିକ ଶ୍ରମ, ବ୍ୟାୟାମ ଆଦି କରିବାକୁ ପଡ଼ିବ। ଏଥିପାଇଁ ଖର୍ଚ୍ଚ ପ୍ରାୟ କିଛି ପଡ଼େ ନାହିଁ କହିଲେ ଚଳେ। ଏହା କିନ୍ତୁ ଏସବୁ ବ୍ୟାଧି ପାଇଁ ସବୁଠୁ ବଡ଼ ଔଷଧ। ଅଣସଂକ୍ରାମକ ରୋଗ ବୃଦ୍ଧି ଫଳରେ ବିଭିନ୍ନ ଦେଶର ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ବ୍ୟୟ ବରାଦ କରିବାକୁ ବାଧ୍ୟ ହେବେ ଏବଂ ତା’ ଫଳରେ ସେମାନଙ୍କ ବିକାଶ ବାବଦ ବ୍ୟୟ ଅଟକଳ ବଢ଼ିବା ସ୍ବାଭାବିକ। ସଂଗଠନର ହିସାବ ଅନୁସାରେ ଏହିସବୁ ବ୍ୟାଧିର ଚିକିତ୍ସା ପାଇଁ ଦେଶଗୁଡ଼ିକୁ ବାର୍ଷିକ ୨୨ଟ୍ରିଲିଅନ ଟଙ୍କା ଖର୍ଚ୍ଚ କରିବାକୁ ହେବ।
ଭାରତ ଭଳି ଜନବହୁଳ ଦେଶରେ ବୟସ୍କଙ୍କ ସଂଖ୍ୟା ମଧ୍ୟ ଆନୁପାତିକ ଭାବେ ବଢ଼ୁଛି। ସେମାନଙ୍କ ସ୍ବାସ୍ଥ୍ୟ ସେବା ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ। ଚିନ୍ତାର ବିଷୟ ହେଲା ଯୁବ ବର୍ଗଙ୍କ ମଧ୍ୟରେ ଏବେ ମଧୁମେହ ଟାଇପ-୨, ରକ୍ତଚାପ, ହୃଦ୍‌ରୋଗ, କ୍ୟାନ୍‌ସର, ହାଇପରଟେନ୍‌ସନ ଆଦି ରୋଗ ଅଧିକ ଦେଖାଦେଉଛି। ଏହାର ମୂଳ କାରଣ ହେଲା ସୁଷମ ଖାଦ୍ୟ ଗ୍ରହଣରେ ଅନିୟମିତତା ଏବଂ ଶାରୀରିକ ବ୍ୟାୟାମ ଓ କସରତର ଅଭାବ। ଜୀବନ ତ ସର୍ବଦା ସଂଘର୍ଷମୟ ଏବଂ ନୂଆ ନୂଆ ଆହ୍ବାନର ସମ୍ମୁଖୀନ ହୋଇଥାଏ। ତା’ ସତ୍ତ୍ୱେ ନିଜର ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜକୁ ସୁସ୍ଥ ରଖିବାକୁ ଶାରୀରିକ କାର୍ଯ୍ୟ ଓ ବ୍ୟାୟାମ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସର୍ବୋପରି ଜୀବନରେ ସଫଳତା ଓ ବିଫଳତାକୁ ସମାନ ଭାବେ ଗ୍ରହଣ କରି ମାନସିକ ଭାରସାମ୍ୟ ବଜାୟ ରଖିବାକୁ ପଡ଼ିବ। ଭାରତ ସମେତ ଅନେକ ଦେଶ ନିଜର ନାଗରିକଙ୍କ ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତରେ ପ୍ରାଚୀନ ପରମ୍ପରା ଅନୁସାରେ ଯୋଗ, ପ୍ରାଣାୟାମ, ସାନ୍ଧ୍ୟ ଓ ପ୍ରାତଃ ଭ୍ରମଣ ଆଦିକୁ ପ୍ରୋତ୍ସାହିତ କରାଯାଉଛି। ଖାଦ୍ୟପେୟରେ ସଂଯମକୁ ଗୁରୁତ୍ୱ ଦିଆଯାଉଛି ଏବଂ ଏଥିପାଇଁ ସଚେତନତା ସୃଷ୍ଟି ସବୁସ୍ତରରେ ଚାଲିଛି। ଭାରତ ମଧ୍ୟ ଏକ ଶାରୀରିକ କାର୍ଯ୍ୟକ୍ରମ ନୀତି ପ୍ରଣୟନ କରିଛି। ତେବେ ବିଶ୍ୱର ଅର୍ଦ୍ଧାଧିକ ଦେଶରେ ଏଭଳି କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ନାହିଁ। ତଥାପି ଭାରତ ପାଇଁ ଚିନ୍ତାର ବିଷୟ ହେଉଛି, ଆମର ଅଧିକାଂଶ ଲୋକ, ବିଶେଷକରି ନଗରବାସୀ ଓ ବୟସ୍କ ଶାରୀରିକ ଶ୍ରମ ଏବଂ ବ୍ୟାୟାମଠାରୁ ଦୂରେଇ ରହୁଛନ୍ତି। ସରକାର ସବୁକଥା କରିପାରିବେ ନାହିଁ। ନିଜକୁ ସକ୍ଷମ ଓ ସୁସ୍ଥ ରଖିବାର ମୂଳ ଦାୟିତ୍ୱ ଜନସାଧାରଣଙ୍କର। ଜିହ୍ବା ଲାଳସାରେ ପ୍ରଚୁର ସୁଆଦିଆ, ତେଲ ମସଲା ଓ ମିଠା ଭୋଜନ ଅତ୍ୟନ୍ତ ବିପଜ୍ଜନକ। ଏହାକୁ ହଜମ କରିବାକୁ ଶାରୀରିକ ଶ୍ରମ ଓ ପାଚନ ପ୍ରକ୍ରିୟାର ସୁସ୍ଥତା ଲୋଡ଼ା। ଏବେ ଏପରି ସମୟ ଆସିଛି, ଆମକୁ ଖାଇବା ପାଇଁ ବଞ୍ଚତ୍ବାକୁ ହେବନାହିଁ ବରଂ ସୁସ୍ଥରେ ବଞ୍ଚତ୍ବା ପାଇଁ ଭାବିଚିନ୍ତି ଖାଇବାକୁ ପଡ଼ିବ। ଆମ ଭିତରେ ଏହି ସଚେତନତା ଆସିଲେ ଏହା ଜନସ୍ବାସ୍ଥ୍ୟ ଓ ଅର୍ଥନୈତିକ ସ୍ବାର୍ଥ ଦୃଷ୍ଟିରୁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ। କଥାରେ ଅଛି ନିଜ ସ୍ବାସ୍ଥ୍ୟ ନିଜ ହାତରେ। ସ୍ବାସ୍ଥ୍ୟ ହିଁ ସମ୍ପଦ, ଉଭୟ ବ୍ୟକ୍ତି ଓ ଜାତୀୟ କ୍ଷେତ୍ରରେ।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଅଧୀକ୍ଷକ, ଅର୍ବାନ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri