Advertisement

ନୂଆ ଇ-ମାର୍କେଟ ପ୍ଲାଟ୍‌ଫର୍ମ ଶୁଭାରମ୍ଭ

ଦୁବାଇ, ୩୦।୮(ପି.ଟି.): ୟୁଏଇ ପକ୍ଷରୁ ନୂତନ ଜ୍ଞାନକୌଶଳ ଆଧାରିତ କୃଷି ସାମଗ୍ରୀ ବ୍ୟବସାୟ ଓ ସଂଗ୍ରହ ଲାଗି ଇ-ମାର୍କେଟ ପ୍ଲାଟଫର୍ମ ‘ଏଗ୍ରିଓଟା’ର ଶୁଭାରମ୍ଭ କରାଯାଇଛି। ଏହା ଭାରତର ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଚାଷୀ ଓ ଉପସାଗରୀୟ ଦେଶର ଖାଦ୍ୟ ଶିଳ୍ପ ମଧ୍ୟରେ ଦୂରତା କମାଇବ ବୋଲି କୁହାଯାଉଛି। ଭାରତୀୟ ଚାଷୀମାନେ ଏଗ୍ରିଓଟା- ଇ ମାର୍କେଟ ପ୍ଲାଟଫର୍ମ ଜରିଆରେ ସିଧାସଳଖ ୟୁଏଇର ଖାଦ୍ୟ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ, ବ୍ୟବସାୟୀ ଓ ହୋଲସେଲରମାନଙ୍କ ସହ ଯୋଗାଯୋଗ ସୁଯୋଗ ପାଇବେ। ଫଳରେ ବ୍ୟବସାୟରେ ସ୍ବଚ୍ଛତା ଆସିବା ସହ ଦଲାଲି କାରବାରର ଅନ୍ତ ହୋଇପାରିବ।

Share