Categories: ବାଣିଜ୍ୟ

ରାଜିନ୍ଦର ବନ୍ଧନ ବ୍ୟାଙ୍କର ନୂତନ ଇଡି

ଭୁବନେଶ୍ୱର,୧।୪: ବନ୍ଧନ ବ୍ୟାଙ୍କର ନୂତନ ବା ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ତଥା ଚିଫ୍‌ ବିଜନେସ୍‌ ଅଫିସର ଭାବେ ରାଜିନ୍ଦର କୁମାର ବବରଙ୍କୁ ନିକଟରେ ନିଯୁକ୍ତ କରାଯାଇଛି।ଏପରିକି ସେ ବ୍ୟାଙ୍କର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ଓ ଟ୍ରେଜେରି ପୋର୍ଟଫୋଲିଓ ସହ ସମସ୍ତ ବ୍ୟବସାୟର ଦେଖାଶୁଣା କରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ବ୍ୟାଙ୍କିଙ୍ଗ ଶିଳ୍ପରେ ତାଙ୍କର ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ରହିଥିଲାବେଳେ ସେ ଏଚଡିଏଫସି ବ୍ୟାଙ୍କ, ସେଞ୍ଚୁରିଅନ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବିଭିନ୍ନ ବିଭାଗରେ କାମ କରିଛନ୍ତି। ଏପରିକି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଟ୍ରାକ୍ଟର ଫାଇନାନ୍ସ ବିଭାଗରେ ସେ ମୁଖ୍ୟ ଥିଲେ।

ସେହିଭଳି ଗତ ମାସରେ ରାଜୀବ ମନ୍ତ୍ରୀଙ୍କୁ ମୁଖ୍ୟ ବିତ ଅଧିକାରୀ (ସିଏଫ୍‌ଓ) ଭାବେ ବ୍ୟାଙ୍କ ପକ୍ଷରୁ ନିଯୁକ୍ତ କରାଯାଇଥିଲା। ଭାରତ, ସିଙ୍ଗାପୁର ଓ ୟୁଏଇର ବ୍ୟାଙ୍କ ଓ ଫାଇନାନ୍ସ କ୍ଷେତ୍ରର କାମ କରିବାର ରାଜୀବଙ୍କ ଦୀର୍ଘ ୨୫ବର୍ଷର ଅଭିଜ୍ଞତା ରହିଛି। ସେ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ଓ ସିଟି ବ୍ୟାଙ୍କ ପାଇଁ କାମ କରିଥିଲେ। ଅପରପକ୍ଷରେ ବରିଷ୍ଠ ବ୍ୟାଙ୍କର ସନ୍ତୋଷ ନାୟାର ବ୍ୟାଙ୍କର କଞ୍ଜୁମର ଲେଣ୍ଡିଂ ଆଣ୍ଡ ମଡଗେଜସର ମୁଖ୍ୟ ଭାବେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଏଚଡିଏଫସି ଲିମିଟେଡ୍‌, ଆମେରିକାନ ଏକ୍ସପ୍ରେସ୍‌ ଓ କୋଟାକ୍‌ ମହିନ୍ଦ୍ରା ପ୍ରାଇମସ୍‌ ସହ କାର୍ଯ୍ୟ କରିଥିଲେ। ଏ ନେଇ ବନ୍ଧନ ବ୍ୟାଙ୍କର ଏମଡି ତଥା ସିଇଓ ଚନ୍ଦ୍ର ଶେଖର ଘୋଷ କହିଛନ୍ତି, ରାଜିନ୍ଦର, ରାଜୀବ ଏବଂ ସନ୍ତୋଷଙ୍କୁ ବନ୍ଧନ ବ୍ୟାଙ୍କ ଟିମରେ ସ୍ବାଗତ କରି ଆମେ ବେଶ ଉତ୍ସାହିତ ଅଛୁ। ସେମାନଙ୍କର ପ୍ରଭାବଶାଳୀ ପୃଷ୍ଠଭୂମି ଏବଂ ନେତୃତ୍ୱ ଦକ୍ଷତା ଆମ ପାଇଁ ଅମୂଲ୍ୟ ସମ୍ପତି ହେବ।

Share