Posted inଜାତୀୟ

ନୂତନ ଅବକାରୀ ନୀତି, ୧୧ ଅଧିକାରୀଙ୍କୁ ନିଲମ୍ବିତ କଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୬।୮ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ନୂତନ ଅବକାରୀ ନୀତି ନେଇ କଡ଼ା ପଦକ୍ଷେପ ନେଇଛନ୍ତି। ଭିଜିଲାନ୍ସ ରିପୋର୍ଟ ପରେ ସେ ଏକ୍ସାଇଜ ପଲିସିରେ ଦୁର୍ନୀତି ଅଭିଯୋଗ ଆଧାରରେ ଏକ୍ସାଇଜ କମିଶନର ଆରଓ୍ବ ଗୋପୀ କୃଷ୍ଣ, ତତ୍କାଳୀନ ଏକ୍ସାଇଜ କମିଶନର ଦାନିକ୍ସ ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏକ୍ସାଇଜ ପଲିସି ଲାଗୁ କରିବାରେ ବିଳମ୍ବ ବିଷୟରେ ଏହି ପଦକ୍ଷେପ ନିଆଯାଇଛି। ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଭିଜିଲାନ୍ସକୁ ଅନୁମୋଦନ କରିଛନ୍ତି।

ଏହାପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ ତଥା ଏକ୍ସାଇଜ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ପ୍ରଥମ ଥର ସ୍ବୀକାର କରିଛନ୍ତି ଯେ ଦିଲ୍ଲୀ ସରକାର ନୂତନ ଏକ୍ସାଇଜ ପଲିସି ୨୦୨୧-୨୨ ଯୋଗୁ ହଜାର ହଜାର କୋଟି କ୍ଷତି ସହିଛନ୍ତି। ଏଥିପାଇଁ ସେ ୧୭ ନଭେମ୍ବର ୨୦୨୧ ରୁ ଲାଗୁ ହୋଇଥିବା ନୂତନ ସିଷ୍ଟମରେ ଶେଷ ମୁହୂର୍ତ୍ତର ୟୁ-ଟର୍ନ ନେଇଥିବା ନେଇ ସେ ଉପରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି। ଆମ ଆଦମୀ ପାର୍ଟି (ଏଏପି) ନେତା କହିଛନ୍ତି ଯେ ବର୍ତ୍ତମାନ ସେମାନେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୁ ଚିଠି ଲେଖି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।

ଶନିବାର ସିସୋଦିଆଙ୍କ ଅଭିଯୋଗର କିଛି ମିନିଟ ପରେ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ରିପୋର୍ଟ କରିଛି ଯେ ଭି.କେ ସାକ୍ସେନା ଦିଲ୍ଲୀର ତତ୍କାଳୀନ ଏକ୍ସାଇଜ କମିଶନର, ଆଇଏଏସ ଅଧିକାରୀ ଆରଓ୍ବ ଗୋପୀ କୃଷ୍ଣ ଏବଂ ଦାନିକ୍ସ ଆନନ୍ଦ କୁମାର ତିୱାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ସିସୋଦିଆ କହିଥିଲେ ଯେ ୨୦୨୧-୨୨ ଏକ୍ସାଇଜ ପଲିସି ଲାଗୁ ହେବା ପୂର୍ବରୁ ଦୁଇଥର ଫାଇଲକୁ ଉପରାଜ୍ୟପାଳଙ୍କ ପାଖକୁ ପଠାଯାଇଥିଲା।

ସିସୋଦିଆ କହିଛନ୍ତି ଯେ ପ୍ରଥମ ଥର ପାଇଁ ତତ୍କାଳୀନ ଉପରାଜ୍ୟପାଳ ଅନିଲ ବୈଜଲ କିଛି ପରାମର୍ଶ ଏବଂ ପରିବର୍ତ୍ତନ ସହିତ ଫାଇଲ ପଠାଇଥିଲେ, ଯାହା ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନ୍ତର୍ଭୁକ୍ତ କରାଯାଇଥିଲା। ଉପରାଜ୍ୟପାଳଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକ ପରିବର୍ତ୍ତନ କରିବା ପରେ ନଭେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଫାଇଲ ପଠାଯାଇଥିଲା। ନଭେମ୍ବର ୧୭ରୁ ନୂତନ ନୀତି କାର୍ଯ୍ୟକାରୀ ହେବାକୁ ଥିଲା ଏବଂ ଏହା ଶୁଭାରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ଉପରାଜ୍ୟପାଳ ନଭେମ୍ବର ୧୫ ରେ ଫାଇଲ ଫେରସ୍ତ କରିଥିଲେ ଏବଂ ଏଥିରେ ଏକ ବଡ ପରିବର୍ତ୍ତନ କରିବାକୁ କହିଥିଲେ। ଉପରାଜ୍ୟପାଳ କହିଥବଲେ ଯେ ଅନଧିକୃତ କଲୋନୀରେ ମଦ ଦୋକାନକୁ ଅନୁମତି ଦେବା ପାଇଁ ଆମକୁ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ଠାରୁ ଅନୁମତି ନେବାକୁ ପଡିବ।

ସିସୋଦିଆ କହିଛନ୍ତି, ଏହି କାରଣରୁ ଦିଲ୍ଲୀ ସରକାର ହଜାରେ କୋଟି କ୍ଷତି ସହିଛନ୍ତି । କାରଣ ପ୍ରାୟ ୩୦୦ରୁ ୩୫୦ ଦୋକାନ ଯାହା ଅନଧିକୃତ କଲୋନୀରେ ଖୋଲା ଯାଇଥିଲା ତାହା ନୂତନ ବ୍ୟବସ୍ଥାରେ କେବେ ଖୋଲିପାରିବ ନାହିଁ। ଫଳସ୍ବରୂପ, ଦିଲ୍ଲୀରେ ମଦ ଦୋକାନ ଖୋଲିବାରେ ସଫଳ ହୋଇଥିବା କେତେକ କମ୍ପାନୀ ବିପୁଳ ଲାଭ କରିଥିଲେ, ଆଉ କେତେକ କ୍ଷତି ସହିଥିଲେ।

ନୂତନ ଏକ୍ସାଇଜ ନୀତିର ମୂଳ ଉଦ୍ଦେଶ୍ୟ ଥିଲା ମଦ ଦୋକାନଗୁଡ଼ିକର ଅସମାନ ବଣ୍ଟନକୁ ସମାପ୍ତ କରିବା, ଯାହା ଉପରାଜ୍ୟପାଳଙ୍କ ନିଷ୍ପତ୍ତି ହେତୁ କେବେ ହୋଇପାରିବ ନାହିଁ । ଉପରାଜ୍ୟପାଳଙ୍କ ହଠାତ ପରିବର୍ତ୍ତନ ହେବାର କାରଣ କେତେକ ବେସରକାରୀ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦେଶ୍ୟମୂଳକ ଲାଭ ହୋଇପାରେ ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri