ବିଜେଡି ନୂଆ ଚେହେରା ଲଢ଼ିବେ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୪।୬(ନରସିଂହ ସାହୁ): ଗଞ୍ଜାମ ଜିଲା ରାଜନୀତିରେ ଗୋପାଳପୁର ଚର୍ଚ୍ଚାରେ ରହିଛି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ବିଧାନସଭା କ୍ଷେତ୍ରରୁ କିଏ ବିଜେଡି ପ୍ରାର୍ଥୀ ହେବ ସେ ନେଇ ଆଲୋଚନା ଜୋର ଧରିଛି। ୨୦୧୯ ନିର୍ବାଚନରେ ଜିତିଥିବା ପ୍ରଦୀପ ପାଣିଗ୍ରାହୀ ଦୁଇ ବର୍ଷ ତଳୁ ବିଜେଡିରୁ ବହିଷ୍କୃତ ହୋଇଥିବାରୁ ସେ ଏବେ ସ୍ବାଧୀନ ଭାବେ ଗଣନା ହୋଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ବିଜେଡିରୁ ନୂଆ ଚେହେରା ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଥିବା ଅଞ୍ଚଳବାସୀ ଆଲୋଚନା କରୁଛନ୍ତି।
ସ୍ବାଧୀନତା ପରବର୍ତ୍ତୀ ୧୯୫୧-୫୨ ଓ ୧୯୫୭ ନିର୍ବାଚନ ପର୍ଯ୍ୟନ୍ତ ଗୋପାଳପୁର ନିର୍ବାଚନ ମଣ୍ଡଳୀର ନାଁ ନ ଥିଲା।୧୯୬୧ ନିର୍ବାଚନ ବେଳେ ରଙ୍ଗେଇଲୁଣ୍ଡା ବ୍ଲକ ଓ ଗୋପାଳପୁର ସହରାଞ୍ଚଳକୁ ନେଇ ଡ଼ୁରା ନିର୍ବାଚନ ମଣ୍ଡଳୀ ହୋଇଥିଲା। ୧୯୭୧ ନିର୍ବାଚନ ବେଳେ ଏହା ଗୋପାଳପୁର ନିର୍ବାଚନ ମଣ୍ଡଳୀ ହୋଇଥିଲା। ଗୋପାଳପୁର ବିଧାନସଭା କ୍ଷେତ୍ର ଅତୀତରେ କଂଗ୍ରେସ ଗଡ଼ ଥିଲା। ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ୧୯୭୭ ନିର୍ବାଚନରେ ଦେଶବ୍ୟାପୀ ତତ୍କାଳୀନ ଜନତା ପାର୍ଟି ହାୱା ଥିବା ବେଳେ ଗୋପାଳପୁରରୁ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ବେହେରା ବିଧାୟକ ହୋଇଥିଲେ। ପରବର୍ତ୍ତି ୧୯୮୦ ଓ ୧୯୮୫ ନିର୍ବାଚନରେ ମଧ୍ୟ ସେ କଂଗ୍ରେସରୁ ଜିତି ହାଟ୍ରିକ ଅର୍ଜନ କରିଥିଲେ। ୧୯୯୦ ଓ ୧୯୯୫ ନିର୍ବାଚନରେ ଜନତା ଦଳରୁ ଏବଂ ୨୦୦୦ ନିର୍ବାଚନରେ ବିଜେଡିରୁ ଜିତିଥିବା ରାମଚନ୍ଦ୍ର ସେଠୀ ଲଗାତର ୩ ଥର ଜିତି ସେ ମଧ୍ୟ ହାଟ୍ରିକ କଲେ।୨୦୦୪ ନିର୍ବାଚନରେ କଂଗ୍ରେସରୁ ତ୍ରିନାଥ ବେହେରା ବିଧାୟକ ନିର୍ବାଚିତ ହେଲେ। ୨୦୦୯ ନିର୍ବାଚନ ବେଳେ ସେହି ବିଧାନସଭା କ୍ଷେତ୍ର ଅନୁସୂଚିତ ଜାତି ପାଇଁ ଥିବା ସଂରକ୍ଷିତ ହଟିଥିଲା ଏବଂ ସାଧାରଣ ବର୍ଗ ପାଇଁ ଉଦ୍ଧିଷ୍ଟ ହେଲା।
୨୦୦୯ ରୁ ୧୯ ମଧ୍ୟରେ ହୋଇଥିବା ୩ ନିର୍ବାଚନରେ ବିଜେଡିରୁ ପ୍ରଦୀପ କୁମାର ପାଣିଗ୍ରାହି ଲଗାତର ନିର୍ବାଚିତ ହୋଇ ହାଟ୍ରିକ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତିଙ୍କ ଅତି ନିକଟତର ହୋଇପାରିଥିଲେ। ପ୍ରଦୀପ ୩ ଥର ଜିତି ହାଟ୍ରିକ ହୋଇଥିବା ବେଳେ ତାଙ୍କ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱି ବିଭୂତି ଜେନା ୨୦୦୯ ରୁ ୧୯ ମଧ୍ୟରେ ୩ ଥର ହାରି ପରାଜିତରେ ହାଟ୍ରିକ ହୋଇଥିଲେ। ୨୦୨୦ ଡିସେମ୍ବର ଶେଷ ବେଳକୁ ପ୍ରଦୀପଙ୍କୁ ଜନ ବିରୋଧୀ ଅଭିଯୋଗରେ ବିଜେଡିରୁ ବହିଷ୍କାର କରାଯାଇଛି। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାର ସ୍ପଷ୍ଟ ହୋଇଛି। ଯାହାକୁ ବିଜେଡି ଟିକେଟ ମିଳିବ ସେ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ। ଗୋପାଳପୁରରେ ପ୍ରଦୀପଙ୍କ ନିଜସ୍ବ ସଂଗଠନ ଅଛି। ଅନ୍ୟପକ୍ଷରେ ସେଠାରେ ୧୯ ନିର୍ବାଚନରେ ଭାଜପାର ଭୋଟ ହାର ଯଥେଷ୍ଟ ବଢ଼ିଛି। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପାଣିଗ୍ରାହି ୨୦ ହଜାରରୁ ଅଧିକ ଭୋଟରେ ଭାଜପାର ଜେନାଙ୍କୁ ପରାସ୍ତ କରିଥିବା ବେଳେ ୨୦୧୯ ନିର୍ବାଚନରେ ମାତ୍ର ୨୬୭୩ ଭୋଟ ଅଧିକ ପାଇ ବିଜେଡିରୁ ଜିତିଥିଲେ ପ୍ରଦୀପ। ଇତିମଧ୍ୟରେ ପଦ୍ମ ଦଳର ସଂଗଠନ ବିସ୍ତାର କରାଯାଇଛି। ପାଣିଗ୍ରାହିଙ୍କ ସମର୍ଥକମାନେ ବିଜେଡିକୁ ଚ୍ୟାଲେଞ୍ଜ କରି ପ୍ରଦୀପ ସେନା ଗଠନ କରିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଷଣ୍ଢୁଆସି ଆକ୍ରମଣର ସମ୍ମୁଖୀନ ହେବା ରାଜନୀତି ବିଶ୍ଲେଷକ ଆଗୁଆ ଅନୁମାନ କରୁଛନ୍ତି। ତେଣୁ ଗୋପାଳପୁରେ ମିଶନ ୨୪ ନିର୍ବାଚନ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହେବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନରସିଂହପୁର ଗ୍ରାମର ଏସ୍‌. ବେଦମତୀ ଦୋରାଙ୍କୁ ତାଙ୍କ ସ୍ବାମୀ ଏସ୍‌.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼...

କେନାଲରେ ବୁଡ଼ି ଗଲେ ୩ ନାବାଳକ

ବାରିପଦା,୧୯।୧୦: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ...

OAS ପରୀକ୍ଷାରେ ବାଜି ମାରିଲେ କର୍ଲାମୁଣ୍ଡା ବିଇଓ, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୯ା୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ(ବିଇଓ) ସୁଶ୍ରୀ ବିଜୟଲକ୍ଷ୍ମୀ ନାଗ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri