ପ୍ରମୁଖ ୩ ଦଳରେ ନୂଆମୁହଁ ସମ୍ଭାବନା

କେନ୍ଦ୍ରାପଡ଼ା, ୬ା୨ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଲୋକ ସଭା ଆସନ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପାଇଁ ଗୁରୁତ୍ୱ ରଖୁଛି। ଏଠାରୁ ଅତୀତରେ କଂଗ୍ରେସରୁ ନିତ୍ୟାନନ୍ଦ କାନୁନଗୋ, ପ୍ରଜା ସୋସାଲିଷ୍ଟ ପାର୍ଟିରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ, ଉତ୍କଳ କଂଗ୍ରେସରୁ ସୁରେନ୍ଦ୍ର ମହାନ୍ତି, ଜନତା ପାର୍ଟିରୁ ବିଜୁ ପଟ୍ଟନାୟକ, ଶରତ କୁମାର ଦେବ, ଜନତା ଦଳରୁ ରବି ରାୟ, ଶ୍ରୀକାନ୍ତ ଜେନାଙ୍କ ଭଳି ତୁଙ୍ଗ ନେତାଙ୍କଠାରୁ ଆରମ୍ଭ କରି ବିଜେଡିରୁ ପ୍ରଭାତ ସାମନ୍ତରାୟ, ଅର୍ଚ୍ଚନା ନାୟକ, ବୈଜୟନ୍ତ ପଣ୍ଡା ଓ ଅନୁଭବ ମହାନ୍ତିଙ୍କ ପରି ନେତା ଜିତିଛନ୍ତ। ଏହି ଆସନ ଏବେ କେନ୍ଦ୍ରରେ ଶାସନାଧୀନ ଭାଜପା ଓ ରାଜ୍ୟରେ ବିଜେଡି ପାଇଁ ଏକ ସମ୍ମାନର ବିଷୟ ପାଲଟିଯାଇଛି। ସେହିପରି କଂଗ୍ରେସ ଏହି ଲୋକ ସଭା କ୍ଷେତ୍ର ହାତେଇବା ପାଇଁ ଉଦ୍ୟମ ଜାରି ରଖିଛି ା
ଜିଲାର ୫ ଓ କଟକ ଜିଲାର ମାହାଙ୍ଗା ସହିତ ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଏହି ଲୋକ ସଭା କ୍ଷେତ୍ର। ୨୦୧୯ରେ ଏଠାରୁ ମୋଟ ୧୨, ୩୮, ୪୮୮ ଭୋଟର ମତଦାନ କରିଥିଲେ। ବିଜେଡିର ଅନୁଭବ ମହାନ୍ତି ୬, ୨୮, ୯୩୯ ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପାର ବୈଜୟନ୍ତ ପଣ୍ଡାଙ୍କୁ ୪, ୪୭, ୪୫୬ ଭୋଟ ମିଳିଥିବା ବେଳେ କଂଗ୍ରେସର ଧରଣୀଧର ନାୟକ ୧, ୧୩, ୮୪୧ ଖଣ୍ଡ ଭୋଟ ପାଇଥିଲେ ା କଂଗ୍ରେସର ନାୟକ ଗତ ୨୦୧୪ରେ ଏହି ଆସନରୁ ପ୍ରାର୍ଥୀ ହୋଇ ୩,୯୨,୪୬୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ହେଲେ ୨୦୧୯ରେ ତାଙ୍କ ଭୋଟ କମିଯିବାରୁ ସେ ତୃତୀୟ ସ୍ଥାନରେ ରହିଥିଲେ। ସେବେଠାରୁ ତାଙ୍କୁ ସାଙ୍ଗଠନିକ ବୈଠକ କିମ୍ବା କୌଣସି ସଭାରେ ଭାଗ ନେବା ପ୍ରାୟତଃ ଦେଖାଯାଇନାହିଁ। ଆଲୋଚନା ହେଉଛି ସେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହୋଇ ନ ପାରନ୍ତି। ଏବେ ଯୁବ ବ୍ୟବସାୟୀ ସ୍ବରୂପ କୁମାର ଦାସ ଆଶାୟୀ ଅଛନ୍ତି। ଯେହେତୁ କଂଗ୍ରେସ ଟିକେଟ ପାଇଁ ଅନ୍‌ଲାଇନ୍‌ ଆବେଦନ ସକାଶେ ଓ୍ବେବସାଇଟ୍‌ ଲଞ୍ଚ୍‌ କରିଛି, ଅନ୍ୟ କାହା ନାମ ଆଗକୁ ଆସିପାରେ।
ବହିଷ୍କୃତ ବୈଜୟନ୍ତ ପଣ୍ଡା ୨୦୧୯ରେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ବିଜେଡି ପାଇଁ ଆସନଟି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା ା
ନବୀନ ପଟ୍ଟନାୟକଙ୍କ ଉପରେ ସେଠାକାର ଜନସାଧାରଣ ଆସ୍ଥା ରଖି ଅନୁଭବଙ୍କୁ ବିଜୟୀ କରାଇଥିଲେ। ହେଲେ ଅଭିନେତାରୁ ରାଜନେତା ପାଲଟିଥିବା ଏହି ବ୍ୟକ୍ତି ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟାନ ଦେଇ ନ ଥିବା ଅଞ୍ଚଳବାସୀ ଭଲ ଭାବେ ଜାଣିଛନ୍ତି। ପାରିବାରିକ ସମସ୍ୟା ହେଉ ଅଥବା ରାଜନୈତିକ ମନୋମାଳିନ୍ୟ ଯୋଗୁ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କଠାରୁ ସେ ବହୁଦୂରରେ ରହିଥିବା ଦେଖିବାକୁ ମିଳିଛି। ଏହି ଆସନ ପାଇଁ ବିଜେଡିର ସମ୍ପୂର୍ଣ୍ଣ ନୂଆମୁହଁ ଓ ଯୁବପ୍ରତିଭା ପ୍ରତିନିଧିତ୍ୱ କରିପାରନ୍ତି ବୋଲି ଚାରିଆଡ଼େ ଆଲୋଚନା ଚାଲିଛି। ସେହି ଆଶାୟୀଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନାଙ୍କ ନାମ ରହିଥିବା ବେଳେ ନୂଆମୁହଁ ଭାବେ ଯୁବ ଉଦ୍ୟୋଗୀ ଶୁଭଙ୍କର ନାୟକଙ୍କୁ ନିର୍ବାଚନମଣ୍ଡଳୀରେ ସଙ୍ଗଠନ କରୁଥିବା ଦେଖିବାକୁ ମିଳୁଛି।
କଥା ଦେଖିଲେ ବୈଜୟନ୍ତ ଏବେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିବା ସହ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱରେ ଅଛନ୍ତି। ତାଙ୍କ ସମର୍ଥକଙ୍କ ମତରେ ସେ ଆଗାମୀ ନିର୍ବାଚନ ନ ଲଢ଼ି ଉତ୍ତରପ୍ରଦେଶ ଉପରେ ଫୋକସ୍‌ କରୁଛନ୍ତି। ତେବେ ରାଜନୈତିକ ବିଶେଷଜ୍ଞ କହୁଛନ୍ତି, ଯେହେତୁ ବୈଜୟନ୍ତ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି କାଳେ ଲୋକ ସଭା ନିର୍ବାଚନରେ ହାରିଯିବେ, ସେଥିପାଇଁ ରାଜ୍ୟ ସଭା ଏମ୍‌ପି ହେବାକୁ ନଜର ରଖିଥାଇପାରନ୍ତି। ଜିଲାରେ ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ତାଙ୍କ ହାତରେ ଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ସ୍ବତନ୍ତ୍ର ଗୋଷ୍ଠୀ କାର୍ଯ୍ୟ କରୁଥିବା ଜଣାଶୁଣା। ଏହାବ୍ୟତୀତ ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର ଗତ ନିର୍ବାଚନରେ ପାଟକୁରା ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିିତା କରୁଥିବାରୁ ଭୋଟ ପରିମାଣ ଭାଜପା ଆଡ଼କୁ ଢଳିଥିଲା। ମାତ୍ର ସେ ଏବେ କୌଣସି ପାଟି ନ ଫିଟାଇବା ଭାଜପା ପାଇଁ ଏକ ବିଷମ ସ୍ଥିତି ସୃଷ୍ଟି କରିଛି। ଏହାସତ୍ତ୍ୱେ ଏହି ଲୋକ ସଭା ଆସନ ପାଇଁ ଭାଜପାରୁ ନୂଆମୁହଁ ଭାବେ ଶିକ୍ଷାବିତ୍‌ ଭୂବନମୋହନ ଜେନା ଓ ବିନୟ ଭୂଷଣ ଜେନା, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗରେ କାର୍ଯ୍ୟରତ ସଚିବ ପ୍ରସନ୍ନ କୁମାର ପରିଡ଼ା, ‘ଉଦୟ ଇଣ୍ଡିଆ’ ସମ୍ପାଦକ ଦୀପକ ରଥ, ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ପୂର୍ବତନ ଜିଲା ସଭାପତି ଦୁର୍ଯ୍ୟୋଧନ ସାହୁ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri