Categories: ବାଣିଜ୍ୟ

ଡିସିବି ବ୍ୟାଙ୍କର ନୂତନ ସୁବିଧା

ଭୁବନେଶ୍ୱର,୪।୧: ଡିସିବି ବ୍ୟାଙ୍କର ନୂତନ ସୁବିଧା ‘ଡିସିବି ହାପି ସେଭିଂସ୍‌ ଆକାଉଣ୍ଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସୁବିଧା ଗ୍ରାହକମାନଙ୍କ ପାଇଁ ଲାଭଦାୟକ ହେବ। ଏପରିକି ଖାତାଧାରୀମାନେ ବର୍ତ୍ତମାନ,ଭାରତ ଭିତରେ ସେମାନଙ୍କ ଯୋଗ୍ୟ ୟୁପିଆଇ ଡେବିଟ୍‌ କାରବାର ଉପରେ କ୍ୟାଶ୍‌ବ୍ୟାକ୍‌ ରିୱାର୍ଡ ଉପଭୋଗ କରିବାର ସୁଯୋଗ ପାଇବେ। ବିଶେଷକରି ଯୋଗ୍ୟ ୟୁପିଆଇ କାରବାର ଉପରେ ବାର୍ଷିକ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମିଳିବ। ଅପରପକ୍ଷରେ ୟୁପିଆଇ କାରବାର ସର୍ବବ୍ୟାପୀ ହୋଇଥିବାବେଳେ ଡିସିବି ହାପି ସେଭିଂ ଆକାଉଣ୍ଟ ମାଧ୍ୟମରେ ଯେତେ ଅଧିକ କାରବାର କରିହେବ, ସେତେ ଅଧିକ କ୍ୟାଶ୍‌ ବ୍ୟାକ୍‌ ରିୱାର୍ଡ ଗ୍ରାହକମାନେ ପାଇପାରିବେ। ଏଥିପାଇଁ ସର୍ବନିମ୍ନ ୟୁପିଆଇ କାରବାର ରାଶି ମାତ୍ର ୫୦୦ଟଙ୍କା ରହିଛି। ସେହିଭଳି ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ଡିସିବି ହ୍ୟାପି ସେଭିଂ ଆକାଉଣ୍ଟ ଜରିଆରେ ହାରାହାରି ୨୫,୦୦୦ ଟଙ୍କାର ତ୍ରୈମାସିକ ବାଲାନ୍ସ ରଖିବାକୁ ପଡିବ। ଏପରିକି ଲୋଭନୀୟ କ୍ୟାଶ୍‌ବ୍ୟାକ୍‌ ରିୱାର୍ଡ ବ୍ୟତୀତ ଡିସିବି ହାପି ସେଭିଂସ ଆକାଉଣ୍ଟ ଭାରତରେ ଥିବା ସମସ୍ତ ଡିସିବି ବ୍ୟାଙ୍କ ଏଟିଏମକୁ ଅସୀମିତ ମାଗଣା ବ୍ୟବହାର କରିବା, ଅନ୍‌ଲାଇନ୍‌ ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି ଏବଂ ଆଇଏମ୍‌ପିଏସ୍‌ ସୁବିଧାର ମାଗଣା ଅସୀମିତ ବ୍ୟବହାର, ଡିସିବି ବ୍ୟକ୍ତିଗତ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ଡିସିବି ମୋବାଇଲ ବ୍ୟାଙ୍କିଙ୍ଗ୍‌ ଆପ୍‌ ସମେତ ଅନେକ ସୁବିଧା ପ୍ରଦାନ କରୁଛି।
ଏ ସମ୍ପର୍କରେ ଡିସିବି ବ୍ୟାଙ୍କର ରିଟେଲ ଆଣ୍ଡ୍‌ ଏଗ୍ରି ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ପ୍ରବୀଣ କୁଟ୍ଟୀ କହିଛନ୍ତି, ଡିସିବି ହାପି ସେଭିଂସ୍‌ ଆକାଉଣ୍ଟ ଆକର୍ଷଣୀୟ କ୍ୟାଶ୍‌ବ୍ୟାକ୍‌ ରିୱାର୍ଡ ଏବଂ ଏକ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍‌ ଅଭିଜ୍ଞତା ପ୍ରଦାନ କରୁଥିବା ବେଳେ ଏକ ବିଶ୍ୱସ୍ତରୀୟ ଉତ୍ପାଦକୁ ଆମେ ବିଶ୍ୱାସ କରୁ ଯେ ଏହି ଆକାଉଣ୍ଟ ଆମ ଗ୍ରାହକମାନଙ୍କୁ ସେମାନଙ୍କ ଦୈନନ୍ଦିନ ବ୍ୟାଙ୍କିଙ୍ଗ୍‌ର ସର୍ବାଧିକ ଉପଯୋଗ କରିବାକୁ ସଶକ୍ତ କରିବ ଏବଂ ଆବଶ୍ୟକ ହାରାହାରି ତ୍ରୈମାସିକ ବାଲାନ୍ସ ବଜାୟ ରଖିବା ସହିତ ଏଥିରେ ଉଲ୍ଲେଖନୀୟ କ୍ୟାଶ୍‌ବ୍ୟାକ୍‌ ହାସଲ କରିବାର ସମ୍ଭାବନା ମଧ୍ୟ ରହିଛି। ବିଶେଷକରି ଏହା ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ଅଭିନବ ଏବଂ ଲାଭଦାୟକ ବ୍ୟାଙ୍କିଙ୍ଗ୍‌ ସମାଧାନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ରହିଛି। ଉଲ୍ଲେଖଯୋଗ୍ୟ,ଡିସିବି ହାପି ସେଭିଂ ଆକାଉଣ୍ଟ ପାଇଁ ସର୍ବନିମ୍ନ ହାରାହାରି ତ୍ରୈମାସିକ ବାଲାନ୍ସ ୧୦,୦୦୦ ଟଙ୍କା ହୋଇଥିବାବେଳେ କ୍ୟାଶ୍‌ବ୍ୟାକ୍‌ ପୁରସ୍କାର ପାଇବାକୁ ହେଲେ ଆକାଉଣ୍ଟଧାରୀଙ୍କୁ ୨୫,୦୦୦ ଟଙ୍କାର ସର୍ବନିମ୍ନ ତ୍ରୈମାସିକ ବାଲାନ୍ସ ରଖିବାକୁ ପଡ଼ିବ। ଏକ ନିର୍ଦ୍ଦିଷ୍ଟ ତ୍ରୈମାସିକ ପାଇଁ କ୍ୟାଶ୍‌ବ୍ୟାକ୍‌ ପରବର୍ତ୍ତୀ ତ୍ରୈମାସର ପ୍ରଥମ ମାସରେ ଗ୍ରାହକଙ୍କ ଆକାଉଣ୍ଟରେ ଜମା କରାଯିବ। ମାସକୁ ସର୍ବାଧିକ ୬୨୫ଟଙ୍କା ଏବଂ ବାର୍ଷିକ ୭,୫୦୦ଟଙ୍କା କ୍ୟାଶ୍‌ବ୍ୟାକ୍‌ ମିଳିବ।

Share