Categories: ବାଣିଜ୍ୟ

ଆଇସିଆଇସିଆଇ ବ୍ୟାଙ୍କର ନୂତନ ସୁବିଧା

ଭୁବନେଶ୍ୱର,୧ା୭: ଆଇସିଆଇସିଆଇ ବ୍ୟାଙ୍କର ନୂତନ ସୁବିଧା ‘ସ୍ମାର୍ଟ ଲକ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଆଇମୋବାଇଲ୍‌ ପେ’ରେ ବ୍ୟାଙ୍କର ନୂତନ ସୁବିଧା ‘ସ୍ମାର୍ଟ ଲକ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଗ୍ରାହକମାନେ ଫୋନ୍‌ କିମ୍ବା ଇ-ମେଲ୍‌ ମାଧ୍ୟମରେ ଗ୍ରାହକ ସେବା ଅଧିକାରୀଙ୍କ ହସ୍ତକ୍ଷେପ ନ ଲୋଡ଼ି ଏହା ଜରିଆରେ ବିଭିନ୍ନ ବ୍ୟାଙ୍କ ସେବାକୁ ଲକ୍‌ ଓ ଅନଲକ କରିପାରିବେ।

ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ ଚ୍ୟାନେଲ ଆଣ୍ଡ ପାର୍ଟନରଶିପ୍‌ ମୁଖ୍ୟ ସିଦ୍ଧାର୍ଥ ମିଶ୍ର କହିଛନ୍ତି, ଗ୍ରାହକଙ୍କ ଆକାଉଣ୍ଟର ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲାବେଳେ ଆକାଉଣ୍ଟର ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଗ୍ରାହକଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ପାଇଁ ‘ସ୍ମାର୍ଟ ଲକ୍‌’ ଆରମ୍ଭ କରିବା ବ୍ୟାଙ୍କର ଆଉ ଏକ ପ୍ରୟାସ। ଏହି ଡୁ-ଇଟ୍‌-ୟୁରସେଲ୍ଫ (ଡିଆଇୱାଇ) ସୁବିଧା ଗ୍ରାହକଙ୍କୁ ଗୋଟିଏ ସ୍ଥାନରେ ନିଜ ହାତରେ ବ୍ୟାଙ୍କିଙ୍ଗ ସେବା ପାଇଁ ବର୍ଦ୍ଧିତ ସୁରକ୍ଷାର ସୁବିଧା ପ୍ରଦାନ କରିଥାଏ।

ସେହିଭଳି ଏହା ଜରିଆରେ ଗ୍ରାହକମାନେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ଆଦିକୁ ଗୋଟିଏ କ୍ଲିକରେ ଲକ କିମ୍ବା ଅନଲକ ମଧ୍ୟ କରିପାରିବେ। ସ୍ମାଟ ଲର୍କ୍‌ ହେଉଛି ଭାରତୀୟ ବ୍ୟାଙ୍କିଙ୍ଗି ଶିଳ୍ପରେ ପ୍ରଥମ ଧରଣର ପଦକ୍ଷେପ, ଯାହା ମାଧ୍ୟମରେ ସମ୍ପୂର୍ଣ୍ଣ ଆଇମୋବାଇଲ ପେ’କୁ ଲକ କିମ୍ବା ଅନଲକ କରି ହେବ। ନିଜ ଖାତା କିମ୍ବା କାର୍ଡରେ ଠକେଇ ସନ୍ଦେହ ଭଳି ମାମଲାରେ ଗ୍ରାହକମାନେ ସ୍ମାଟ ଲର୍କ୍‌କୁ ବ୍ୟବହାର କରିପାରିବେ। ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କୌଣସି ସେବାକୁ ବ୍ୟବହାର କରିବାକୁ ଚାହୁ ନ ଥିବା ବେଳେ ମଧ୍ୟ ସେମାନେ ଏହି ସେବା ବ୍ୟବହାର କରିପାରିବେ।

Share