Categories: ବାଣିଜ୍ୟ

ଆଇସିଆଇସିଆଇ ବ୍ୟାଙ୍କର ନୂତନ ସୁବିଧା

ନୂଆଦିଲ୍ଲୀ,୧୨।୪: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏକ ଅଭିନବ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ନୂତନ କ୍ୟୁଆର୍‌ କୋଡ୍‌ ସ୍କାନ୍‌ ଦ୍ୱାରା ୟୁପିଆଇ ପେମେଣ୍ଟରେ ସହଜ ଇଏମ୍‌ଆଇ ସୁବିଧାର ଶୁଭାରମ୍ଭ କରାଯାଇଛି। ଏପରିକି ପେଲେଟର ପାଇଁ ଯୋଗ୍ୟ ବିବେଚିତ ଗ୍ରାହକମାନେ ବ୍ୟାଙ୍କର ‘ବାଏ ନାଓ, ପେ ଲେଟର’ ସେବାକୁ ତତ୍କାଳ ଓ ସହଜରେ ଏବଂ ନିରବଚ୍ଛିନ୍ନ ଭାବେ ଇଏମ୍‌ଆଇ ସୁବିଧା ହାସଲ କରିପାରିବେ। ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ ଚ୍ୟାନେଲ ଓ ପାର୍ଟନରଶିପ୍‌ ମୁଖ୍ୟ ବିଜିତ ଭାସ୍କର କହିଛନ୍ତି, ଗ୍ରାହକମାନଙ୍କ ସୁବିଧାରେ ଉନ୍ନତି ଆଣିବା ଲାଗି ଉପତ୍ାଦ ଓ ସେବା ଶୁଭାରମ୍ଭ କରିବା ଏବଂ ସେମାନଙ୍କ ଉଦୀୟମାନ ଋଣ ଆବଶ୍ୟକତାକୁ ସମାଧାନ କରିବା ପାଇଁ ଆମେ ସର୍ବଦା ଲକ୍ଷ୍ୟ ରଖିଛୁ।

Share