Advertisement

ଆଜିଠାରୁ ଫାସ୍‌ଟାଗର ନୂଆ ନିୟମାବଳୀ

ନୂଆଦିଲ୍ଲୀ,୧୭।୨: ଜାତୀୟ ରାଜପଥରେ ଗମନାଗମନକୁ ସୁଗମ କରିବା ସହିତ ଚାଳକଙ୍କର ସମୟ ରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ସରକାର ଟୋଲଗେଟ୍‌ଗୁଡିକରେ ସ୍ବୟଂଚାଳିତ ଟୋଲ ଟିକସ ବ୍ୟବସ୍ଥା ଫାସ୍‌ଟାଗର ଅୟମାରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ସରକାର ଏହି ପ୍ଲାଟଫର୍ମରେ ଅନେକ ପ୍ରକାରର ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ନୂଆ ନିୟମ ସୋମବାର (୨୦୨୫ ଫେବୃଆରୀ୧୭)ଠାରୁ ଲାଗୁ କରିବାକୁ ଯାଉଛନ୍ତି। ବିଶେଷକରି ଫାସ୍‌ଟାଗର ଏହି ନୂତନ ନିୟମରେ ଅତିରିକ୍ତ ଚାର୍ଜ ହିତାଧିକାରୀଙ୍କ ଉପରେ ଲାଗୁ କରିବାକୁ ଯାଉଛନ୍ତି। କାରଣ ହିତାଧିକାରୀମାନେ ଏହି ପ୍ଲାଟଫର୍ମକୁ ଠିକ ଭାବେ ବ୍ୟବହାର କରିବା ସହ ଆବଶ୍ୟକ ଅର୍ଥ ବା ଲୋ ବାଲାନ୍ସକୁ ମଧ୍ୟ ହିତାଧିକାରୀମାନେ ପ୍ଲାଟଫର୍ମର ନିୟମ ଅନୁଯାୟୀ ଅନୁପାଳନ କରୁ ନାହାନ୍ତିଁ। ସେହିଭଳି ବିଳମ୍ବ ଦେୟ ଏବଂ ବ୍ଲାକ ଲିଷ୍ଟେଡେ ଆକାଉଣ୍ଟ ଭଳି ଅନେକ ପ୍ରକାରର ସୁବିଧା ଆଦିରେ ଅତିରିକ୍ତ ଦେୟ ଆଦାୟ କରାଯିବ। ଏ ନେଇ ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ ବା ଏନପିସିଆଇ ଏବଂ ଜାତୀୟ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share