Categories: ବାଣିଜ୍ୟ

ଖୁବ୍‌ଶୀଘ୍ର ଆସୁଛି ନୂଆ ବୈଶିଷ୍ଟ୍ୟ: ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌କୁ କରିପାରିବେ ‘ଏଡିଟ୍‌’

ନୂଆଦିଲ୍ଲୀ,୧।୬: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ‘ଏଡିଟ୍‌’ ବଟନ୍‌ ଆସୁ ବୋଲି ବ୍ୟବହାରକାରୀ ଦାବି କରୁଛନ୍ତି। ହେଲେ ଖୁବ୍‌ଶୀଘ୍ର ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ରେ ନୂଆ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ ଏବେ ଯୋଡି ହେବ ଏଡିଟ୍‌ ବଟନ୍‌। ଫଳରେ ବ୍ୟବହାରକାରୀ ପଠାଇ ସାରିଥିବା ବାର୍ତ୍ତାକୁ ପୁଣିଥରେ ଏଡିଟ୍‌ କରିପାରିବେ। ଫଳରେ ବ୍ୟବହାରକାରୀ ମେସେଜକୁ କେବଳ ଡିଲିଟ୍‌ କରିପାରିବେ। ତେବେ ଏହି ଫିଚର୍ସ ଉପରେ କମ୍ପାନୀ କାମ କରୁଛି।

ତେବେ କମ୍ପାନୀ ୫ ବର୍ଷ ପୂର୍ବେ ଏହି ଫିଚର୍‌ ଉପରେ କାମ ଆରମ୍ଭ କରିଥିଲା। ଆଗାମୀ ଦିନରେ ଏହି ଫିଚରକୁ ଲଞ୍ଚ କରାଯିବ। ତଦନୁଯାୟୀ ଯଦି ବ୍ୟବହାରକାରୀ ଅନ୍ୟ କାହାକୁ ହ୍ବାଟ୍ସଆପ ଜରିଆରେ ମେସେଜ ପଠାଉଛନ୍ତି ତେବେ ସେହି ମେସେଜ ଉପରେ ଆପଣଙ୍କୁ ଏକ ଏଡିଟ ବଟନ ନଜର ଆସିବ। ମେସେଜ କପି କରି ଫରୱାର୍ଡ କରିବା ପାଇଁ ଯେଉଁଠି ଅପ୍ସନ ଦିଆଯାଇଥାଏ ସେଠାରେ ହିଁ ଏଡିଟ୍‌ ବଟନ୍‌ ରହିବ। ଯେ କେହି ଏହାକୁ ଚୟନ କରି ପଠାଇଥିବା ବାର୍ତ୍ତାକୁ ଏଡିଟ୍‌ କରିପାରିବେ।

Share