ନୂଆଦିଲ୍ଲୀ,୧୨।୧୦: ଚଳିତ ପାର୍ବଣ ଉପଲକ୍ଷେ ସୋଚ୍ ପକ୍ଷରୁ ଆକର୍ଷଣୀୟ ନୂଆ ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ସିଲ୍କ, ସିଲ୍କ ବ୍ଲେଣ୍ଡ୍, ଆର୍ଟ ସିଲ୍କ, ଅର୍ନେଟ୍ ବ୍ରୋକେଡ୍, ଚନ୍ଦେରି ଓ ଜର୍ଜେଟ୍ ଭଳି ସୁନ୍ଦର ଓ ସମୃଦ୍ଧ ଫ୍ୟାବ୍ରିକ୍ର ପୋଷାକ ଆଦି ସାମିଲ ରହିଛି। ନୂଆ କଲେକ୍ସନରେ ସାଲ୍ୱାର୍ ସୁଟ୍, କୁର୍ତ୍ତି ସୁଟ୍, ଶାଢ଼ି ଭଳି ଅନେକ କିଛି ଅନ୍ତର୍ଭୁକ୍ତ ରହିଛି। ସୋଚ୍ର ସିଇଓ ବିନୟ ଚଟ୍ଲାନି କହିଛନ୍ତି, ପାର୍ବଣ କଲେକ୍ସନ ସହ ଆମେ ସବୁଠାରୁ ଅର୍ଦି ଟିଣ୍ଟସ, ଷ୍ଟାରି ହ୍ୟୁସ୍, ଷ୍ଟାଇଲିଶ ପ୍ରିଣ୍ଟ ସହ ଏକ ବିସ୍ତୃତ ରେଞ୍ଜ୍ର ପୋଷାକକୁ ସାମିଲ କରିଛୁ, ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବ। ଉକ୍ତ କଲେକ୍ସନରେ ହେରିଟେଜ୍ ଟେକ୍ସଟାଇଲ୍, ସ୍ବତନ୍ତ୍ର କ୍ରାଫ୍ଟ, ହ୍ୟାଣ୍ଡୱର୍କ, ଏମ୍ବେଲିଶ୍ମେଣ୍ଟ ଓ ଏକ ବିଶାଳ କଲର ପ୍ୟାଲେଟ୍ ରହିଛି। ସେହିଭଳି ସୋଚ୍ର ନୂଆ କଲେକ୍ସନ ହେଉଛି ଆଧୁନିକ ଓ କ୍ଲାସିକ୍ ଫ୍ୟାଶନ ଏଥୋସ୍, ରୟାଲ୍ ବାର୍କ୍ୟୁ ଓ ସିମରିଂ ଷ୍ଟାର୍ଡଷ୍ଟ୍ର ଏକ ଉତ୍କୃଷ୍ଟ ମିଶ୍ରଣ ବୋଲି ବିନୟ ମତବ୍ୟକ୍ତ କରିଛନ୍ତି।