Categories: ବାଣିଜ୍ୟ

ଏଚ୍‌ସିଆଇଏଲ୍‌ର ନୂତନ ଫେଷ୍ଟିଭ ଏଡିଶନ

ଭୁବନେଶ୍ୱର,୪॥୧୦ (ଅଭୟ ଦାଶ): ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ନୂତନ ଫେଷ୍ଟିଭ ଏଡିସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ହୋଣ୍ଡାର ଅଗ୍ରଣୀ ବ୍ରାଣ୍ଡ୍‌ ହୋଣ୍ଡା ସିଟି (ଏଲେଗାଣ୍ଟ ଏଡିଶନ) ଏବଂ ହୋଣ୍ଡା ଆମେଜ (ଏଲାଇଟ ଏଡିଶନ) ନୂଆ ରୂପରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏହି ୨ଟି ମଡେଲ ଉଭୟ ମାନ୍ୟୁଆଲ ଟ୍ରାନ୍ସମିଶନ (ଏମ୍‌ଟି) ଏବଂ କଣ୍ଟିନ୍ୟୁଲସି ଭାରିଏବୁଲ ଟ୍ରାନ୍ସମିଶନ (ସିଭିଟି) ଭାରିଆଣ୍ଟରେ ଉପଲବ୍ଧ ହେଉଥିବାବେଳେ ହୋଣ୍ଡା ସିଟି ଭି ଗ୍ରେଡ୍‌ରେ ଏବଂ ହୋଣ୍ଡା ଆମେଜ ଭିଏକ୍ସ ଗ୍ରେଡ୍‌ରେ ଆସୁଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏଚ୍‌ସିଆଇଏଲର ନିର୍ଦ୍ଦେଶକ (ମାର୍କେଟିଂ ଆଣ୍ଡ ସେଲ୍‌ସ) ୟୁଚିଚି ମୁରୁତା କହିଛନ୍ତି, କମ୍ପାନୀର ଏହି ଫେଷ୍ଟିଭ ଏଡିଶନ ଜରିଆରେ ଆମେ ପାର୍ବଣ କାରବାରକୁ ଏକ ନୂଆ ଦିଗ ଦେଖାଇବୁ। ଏପରିକି ଏହି ନ୍ୟୁ ଲିମିଟେଡ୍‌ ଏଡିଶନକୁ ଉନ୍ମୋଚନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଆଗାମୀ ଦିନରେ ମଧ୍ୟ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ଓ ପ୍ୟାକେଜ ପ୍ରଦାନ କରାଯିବାର ଯୋଜନା ରହିଛି। ଅପରପକ୍ଷରେ ଉଭୟ ଏଡିଶନରେ ଅନେକ ଆଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ନୂତନ ଫିଚର ମଧ୍ୟ ସଂଯୋଗ କରାଯାଇଛି।

Share