ଶିମିଳିପାଳରେ ନୂତନ ଅଦା ଜାତୀୟ ଉଦ୍ଭିଦ

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ ଅଦା ଜାତୀୟ ଉଦ୍ଭିଦ ଆବିଷ୍କାର କରିଛି। ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ସୁଦାମ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଗବେଷଣାରତ ଛାତ୍ରୀ ସିଫନ ପ୍ରିୟଦର୍ଶିନୀଙ୍କ ଦ୍ୱାରା ଶିମିଳିପାଳ ଅଭୟାରଣ୍ୟର କୁଳିପାଳ ଅଞ୍ଚଳରୁ ଏହି ନୂତନ ଉଦ୍ଭିଦ ଆବିଷ୍କାର କରାଯାଇଛି। ପ୍ରାକ୍‌ ଗବେଷଣା ଲବ୍ଧ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ୮ ପ୍ରଜାତି ଏବଂ ୨୯ ଜାତିର ଅଦା ଜାତୀୟ ଉଦ୍ଭିଦ ଦେଖାଯାଇଥାଏ। ଏହି ଉଦ୍ଭିଦ ଉପରେ ପର୍ଯ୍ୟବସିତ ୩ ବର୍ଷର ଗବେଷଣା ମଧ୍ୟରେ ଏହାକୁ ଠାବ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦିନ ଏହି ଉଦ୍ଭିଦଟି ଗବେଷକମାନଙ୍କ ଅନୁସନ୍ଧାନ ତଥା ପର୍ଯ୍ୟବେକ୍ଷଣରୁ ପ୍ରାପ୍ତ ହୋଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣକରି ତାଙ୍କ ନାମ ଅନୁଯାୟୀ ‘ଜିଞ୍ଜିବର ଜଗନ୍ନାଥି’ ଭାବେ ନାମକରଣ କରାଯାଇଛି। ଏକ ଅନ୍ତର୍ଜାତୀୟ ଗବେଷଣାମୂଳକ ପତ୍ରିକା ‘ଫାଇଟୋଟାକ୍ସା’ରେ ୨୦୨୫ ଫେବୃଆରୀ ୪ରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି। ଗବେଷକଙ୍କ କହିବା ଅନୁଯାୟୀ, ଏହି ଉଦ୍ଭିଦଟି ଶିମିଳିପାଳର ନିର୍ଦ୍ଦିଷ୍ଟ ଏକ ଅଞ୍ଚଳରୁ ଠାବ କରାଯାଇଥିବାରୁ ଏହାର ସଂରକ୍ଷଣ ଏବଂ ସଂଖ୍ୟାବୃଦ୍ଧିର ଆବଶ୍ୟକତା ରହିଛି। ଉଦ୍ଭିଦ ବିଜ୍ଞାନ ଗବେଷକ ଡ. ସାହୁଙ୍କ ମତ ଅନୁସାରେ ଶିମିଳିପାଳ ଏକ ଜୈବ ବିବିଧତାର କେନ୍ଦ୍ରସ୍ଥଳୀ ହୋଇଥିବାରୁ କନ୍ଦା ଓ ଅଦା ଜାତୀୟ ଉଦ୍ଭିଦର ବ୍ୟବହାର ଏବଂ ଔଷଧୀୟ ଗୁଣବତ୍ତା ଉପରେ ଗବେଷଣା ଏକାନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

କୁଚିଣ୍ଡା,୩୦୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଞ୍ଚଳରେ ଘରୋଇ କଳହକୁ ନେଇ ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ମୃତା...

ଦୁର୍ଘଟଣାରେ ସେନା କର୍ମଚାରୀଙ୍କ ଚାଲିଗଲା ଜୀବନ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ଷଷ୍ଠ ବାଟାଲିୟନ, ବିହାର ରେଜିମେଣ୍ଟରେ ହାବିଲଦାର ତଥା ଗାଡ଼ି ଚାଳକ...

ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଲେ

କୋରେଇ,୩୦।୩(ଚନ୍ଦ୍ରକାନ୍ତ ପତି): ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ଯାଜପୁର ଜିଲା କୋରେଇ ଥାନା ପୋଲିସ ଟିମ୍‌କୁ ପୂର୍ବକୋଟ ତେଲେଙ୍ଗା ବସ୍ତିର ଲୋକମାନେ ଆକ୍ରମଣ କରିବା...

ନବବଧୂଙ୍କ ମୃତ୍ୟୁ, ସ୍ବାମୀ ଥାନାରେ ଅଟକ

ହିଞ୍ଜିଳିକାଟୁ,୩୦।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଛି। କୋଳିଦାସପୁର ଗ୍ରାମର ଶଙ୍କର ଭଉଳଙ୍କ ଝିଅ ଦୀପିକା ଭଉଳ(୧୯)।...

୪ବର୍ଷ ତଳେ କରିଥିଲେ ବିବାହ: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ

ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁଡିଘାଟ ଗ୍ରାମରେ ରବିବାର ଏକ ଦମ୍ପତିଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ କରାଯାଇଛି। ସେମାନେ ହେଲେ...

ଭାଜପା କର୍ମୀଙ୍କୁ ଗୁଳି କରି ହତ୍ୟା

କବିସୂର୍ଯ୍ୟନଗର,୩୦ା୩(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁର ମୁଖ୍ୟ ସଡ଼କ ଉପରେ ରବିବାର ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ବାଇକ୍‌ ଦୁର୍ଘଟଣାରେ ଜଣେ ଛାତ୍ର ମୃତ, ଅନ୍ୟ ଜଣେ ଗୁରୁତର

ଥୁଆମୂଳ ରାମପୁର,୩୦।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ ବାଗଡିଆଣି-ଲାଠିଆଗୁଡ଼ା ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା...

ହାତୀଙ୍କୁ ଠେଙ୍ଗାରେ ମାଡ଼ ଘଟଣା: ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀପଲକୁ ଠେଙ୍ଗାରେ ମାଡ଼ ଘଟଣାରେ ବନ ବିଭାଗ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଭିଡିଓ ଭାଇରାଲ ପରେ ଧରିତ୍ରୀରେ ଖବର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image