ଧନତେରସରେ ସୁନା କିଣିବାକୁ ଯୋଜନା କରୁଛନ୍ତି କି? ଜାଣିନିଅନ୍ତୁ ନୂଆ ଦର

ଭୁବନେଶ୍ୱର,୨୮।୧୦: ରାତି ପାହିଲେ ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। କୁହାଯାଏ ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ହେଲେ ଗତ ବର୍ଷଠାରୁ ଏବର୍ଷ ସୁନା ଦର ବୃଦ୍ଧି ପାଇଥିଲେ ବି ଦୋକାନରେ ଗ୍ରାହକଙ୍କ ଭିଡ ରହିଛି।

ଧନତେରସ ପୂର୍ବରୁ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ୨୨ ଓ ୨୪ କ୍ୟାରେଟ ସୁନା ଶସ୍ତା ହୋଇଛି। ଗତ ସପ୍ତାହ ତୁଳନାରେ ରୂପା ମୂଲ୍ୟ ହ୍ରାସ ପାଇଛି। ସୁନା କିଣିବାକୁ ଯାଉଥିଲେ ଆଜି ଭୁବନେଶ୍ୱରରେ ଜାଣନ୍ତୁ କେତେ ରହିଛି। ୧୦. ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୩,୧୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ଦର ୭୯,୮୦୦ ଟଙ୍କା ହୋଇଛି। ଗତବର୍ଷ ଧନତେରସ ବେଳେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା।

 

Share