Categories: ଜାତୀୟ

ସରକାରଙ୍କ ନୂଆ ରେକର୍ଡ: ୧୮ ଘଣ୍ଟାରୁ କମ୍‌ ସମୟରେ ୨୫.୫୪ କିଲୋମିଟର ରାଜରାସ୍ତା ନିର୍ମାଣ ଶେଷ

ହାଇଦ୍ରାବାଦ୍‌,୨୮।୨: ସଡ଼କ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୭ ଘଣ୍ଟା ୪୫ ମିନିଟରେ ୨୫,୫୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏନେଇ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସୋଲାପୁର-ବିଜାପୁର ୧୩ ନମ୍ବର ଜାତୀୟ ରାଜପଥର ଲେନିଂ କାର୍ଯ୍ୟ ଶୀଘ୍ର ଶେଷ ହୋଇଥିବାରୁ ଏହାକୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନୀତ କରାଯାଇଛି। ଏହି ରାଜପଥର ୪-ଲେନିଂ କାର୍ଯ୍ୟ ଆଇଜେଏମ୍‌ ଇଣ୍ଡିଆ ଦ୍ୱାରା କରାଯାଉଛି। ଠିକା ନେଇଥିବା ଏହି କମ୍ପାନୀର ୫୦୦ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏଭଳି ରେକର୍ଡ ସମ୍ଭବ ହୋଇପାରିଛି। ସୋଲାପୁର-ବିଜାପୁର ଜାତୀୟ ରାଜପଥର ୧୧୦ କିଲୋମିଟର ନିର୍ମାଣ କାର୍ଯ୍ୟ ୨୦୨୧ ଅକ୍ଟୋବର ସୁଦ୍ଧା ଶେଷ ହେବ ବୋଲି କମ୍ପାନୀ ପକ୍ଷରୁ ଟିମ୍‌ ଲିଡର ଏମ୍‌. ଭେଙ୍କଟେଶ୍ୱର ରାଓ ସୂଚନା ଦେଇଛନ୍ତି।

Share