ବଦଳିଯିବ ଓଡ଼ିଶା ରାଜନୀତି, ଗଠନ ହେବ ନୂଆ ସରକାର !

ଭୁବନେଶ଼୍ବର,୪।୬: ରାଜ୍ୟରେ ଜାରି ରହିଛି ନିର୍ବାଚନ ଗଣତି। ପ୍ରଥମ ପର୍ଯ୍ୟାୟରୁ ଆଗରେ ଥିବା ବିଜେଡି ପୁଣିଥରେ ସରକାର ଗଢ଼ିବା ନେଇ ଆଶା କରାଯାଉଥିଲା । ହେଲେ ଦିନ ୧୦ଟା ପରେ ସ୍ଥିତି ବଦଳିଯାଇଥିଲା।  ଲିଡ୍‌କୁ ଚାଲିଆସିଥିଲା ଭାଜପା । ବର୍ତ୍ତମାନ ମଧ୍ୟ ଆଗରେ ରହିଛି ଭାଜପା । ପାଖାପାଖି ୮୦ ଆସନ ଜିତିବା ନେଇ ଅନୁମାନ କରାଯାଉଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ଖାତା ଖୋଲିଛି। ଦୁଇ ସ଼୍ବାଧୀନ ପ୍ରାର୍ଥୀ ମଧ୍ୟ ଆଗରେ ରହିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ଓଡ଼ିଶାରେ ଭାଜପା ସରକାର ଗଠନ ହେବ ।

ଓଡ଼ିଶାର ପ୍ରାୟ ୧୯ ଲୋକ ସଭା ଆସନରେ ଆଗରେ ଥିବା ବେଳେ ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଲକ୍ଷ ୪୦ ହଜାର ୭୯୩ ଭୋଟ୍‌ ମିଳିଛି। ମୋଟ ଭୋଟ ବ୍ୟବଧାନ ୧ ଲକ୍ଷ ୧୨ ହଜାର ୯୮୪ ରହିଛି ।