Categories: ବାଣିଜ୍ୟ

ଜେଏସ୍‌ଏଲ୍‌କୁ ନୂତନ ଗ୍ରେଡ୍‌ ବିଆଇଏସ୍‌ ସାର୍ଟିଫିକେଶନ

ଭୁବନେଶ୍ୱର,୬।୯: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ର ନୂତନ ଗ୍ରେଡ୍‌ ସାର୍ଟିଫିକେଶନ ଦିଆଯାଇଛି। ବିଶେଷକରି ବିଭିନ୍ନ ଉତ୍ପାଦ ପାଇଁ ଗୁଣବତ୍ତା ଏବଂ ପ୍ରମାଣୀକରଣ ମାନ ନିର୍ଦ୍ଧାରଣ କରୁଥିବା ବିଆଇଏସ୍‌ ଆଇଏସ୍‌ ୧୫୯୯୭ ମାନକ ଅନୁଯାୟୀ ତିନୋଟି ଗ୍ରେଡ୍‌ ଏନ୍‌୫, ଏନ୍‌୬, ଏବଂ ଏନ୍‌୭’ର ସର୍ବଭାରତୀୟ ପ୍ରଚଳନ କରିଛନ୍ତି, ଯାହାକି ବାସନକୁସନ ଏବଂ ରୋଷେଇ ସାମଗ୍ରୀ ଆଦିରେ ବ୍ୟବହୃତ ହେଉଥିବା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାଇଁ ବିଶେଷ ଭାବେ ଉଦ୍ଦିଷ୍ଟ ହୋଇଥାଏ ବୋଲି ବିଆଇଏସ୍‌ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ବାସନକୁସନ ଏବଂ ରୋଷେଇ ସାମଗ୍ରୀ ପାଇଁ ଏହି ନୂତନ ଗ୍ରେଡ୍‌ ଅନ୍ତର୍ଭୁକ୍ତ କରିବା ବେଶ୍‌ ଉତ୍ସାହଜନକ ହୋଇଥିବାବେଳେ ବିଆଇଏସ୍‌ର ନିଷ୍ପତ୍ତି ଗ୍ରାହକଙ୍କ ସ୍ବାସ୍ଥ୍ୟ ତଥା ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ହେବ। ଏପରିକି ଏହି ଗୁଣାତ୍ମକ ଉତ୍ପାଦନ ବିପ୍ଳବରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ସର୍ବଦା ଆଗରେ ରହି ଆସିଛି।

Share