ଧୋନୀଙ୍କ ଘରକୁ ଆସିଲା ନୂଆ ଅତିଥି: ଝିଅର ଖୁସି କହିଲେ ନ ସରେ

ରାଞ୍ଚି,୪।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ କମ ସକ୍ରିୟ ରୁହନ୍ତି। କିନ୍ତୁ ତାଙ୍କ ସହ ଜଡିତ ଖବର, ଫଟୋ କିମ୍ବା ଭିଡିଓ କିନ୍ତୁ ଭାଇରାଲ ହେଉଛି। ଆଇପିଏଲର ୧୪ତମ ସିଜିନ ସ୍ଥଗିତ ରଖାଯିବା ପରଠାରୁ ସେ ରାଞ୍ଚିରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏବେ ତାଙ୍କ ଫାର୍ମ ହାଉସକୁ ଏକ ନୂଆ ଅତିଥି ଆସିଛି। ଧୋନୀଙ୍କ ଝିଅ ଜିଭା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଫଟୋରେ ସେ ଏକ ଛୋଟ ଘୋଡା ସହିତ ନଜର ଆସିଛନ୍ତି। ସେ ସେହି ଘୋଡାର ମୁଣ୍ଡରେ ହାତ ରଖିଥିବାର ଦେଖାଯାଇଛି। ସେ କ୍ୟାପସନରେ କିଛି ଲେଖି ନାହାଁନ୍ତି, କେବଳ ଏକ ହାର୍ଟ ଇମୋଜି ସେୟାର କରିଛନ୍ତି। ଏହି ଫଟୋ ଏପର୍ଯ୍ୟନ୍ତ ପ୍ରାୟ ୧.୫ ଲକ୍ଷ ଲାଇକ ପାଇଛି।
ଏହାପୂର୍ବରୁ ଧୋନୀ ଚେତକ ନାମକ ଏକ ଘୋଡା କିଣିଥିଲେ। ତା’ପରେ ତାଙ୍କ ସ୍ତ୍ରୀ ସାକ୍ଷୀ ତାଙ୍କୁ ପରିବାରର ସଦସ୍ୟ ବୋଲି କହିଥିଲେ ଏବଂ ତାଙ୍କୁ ସ୍ବାଗତ କରୁଥିବା ଏକ ଭିଡିଓ ମଧ୍ୟ ଶେୟାର କରିଥିଲେ। ନିକଟରେ ସାକ୍ଷୀ ଅନ୍ୟ ଏକ ଫଟୋ ଶେୟାର କରିଛନ୍ତି, ଭିଡିଓରେ ଧୋନୀ ତାଙ୍କ ଘୋଡାକୁ ମାଲିସ କରୁଥିବା ଦେଖିବାକୁ ମିଳିଥିଲା।

Share