କରୋନା ସମୟରେ ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ,୯ା୯(ଡି.ଏନ୍‌.ଏ.): କରୋନା ସମୟରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୪୨ନଂ ଏନକ୍ଲୋଜରରେ ରହୁଥିବା ଗୟଳ ବୁଧବାର ସକାଳେ ଗୋଟିଏ ଶାବକ ଜନ୍ମ ଦେଇଛି। ମାଆ ଓ ଛୁଆ ଉଭୟ ସୁସ୍ଥ ଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଏହି ଶାବକ ଜନ୍ମ ପରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୫ରେ ପହଞ୍ଚତ୍ଛି। ସେଥିମଧ୍ୟରେ ୨ ଅଣ୍ଡିରା, ୨ ମାଈ ଓ ଗୋଟିଏ ଛୁଆ ରହିଛନ୍ତି। ଦକ୍ଷିଣପୂର୍ବ ଏସିଆରେ ଦେଖାଯାଉଥିବା ଗୟଳ ଗୋ-ଜାତୀୟ ପ୍ରାଣୀମାନଙ୍କ ମଧ୍ୟରେ ଉଚ୍ଚତମ ଓ ବୃହତ୍ତମ ଅଟେ। ପ୍ରାୟ ୩୦ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ପାରୁଥିବା ଏହି ଗୟଳର ସରକ୍ଷଂଣ ପାଇଁ ଏମାନଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ବିଲୋପନମୁଖି ପ୍ରାଣୀ ଭାବେ ସାମିଲ କରାଯାଇଛି। ୨୦୧୫ ମେ ୨୫ରେ ଚଣ୍ଡିଗଡ଼ ଛତ୍‌ବୀର ଚିଡିଆଖାନାରୁ ହଳେ ଗୟଳକୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୪ପାଣି ଗୋଧି, ୪ ଚଉଶିଙ୍ଗା, ୪ ଧଳାବାଜେଣି ବିନିମୟରେ ନନ୍ଦନକାନନକୁ ଅଣାଯାଇଥିଲା ା

Share